108 Views
ଭୁବନେଶ୍ୱର : ରାଜ୍ୟରେ ଗରିବ ଚିହ୍ନଟ ନେଇ ବିଧାନସଭାର ପ୍ରଶ୍ନକାଳରେ ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଛନ୍ତି। ସେ କହିଛନ୍ତି,“୨୦୦୪-୦୫ରେ ୫୭.୨୦% ଅର୍ଥାତ୍ ୨ କୋଟି ୨୧ ଲକ୍ଷ ୬୦ ହଜାର ଗରିବ ଥିଲେ। ୨୦୧୧-୧୨ରେ ୩୨.୫୯% ଅର୍ଥାତ ୧ କୋଟି ୩୮ ଲକ୍ଷ ୫୩ ହଜାର ଗରିବ ଚିହ୍ନ ହୋଇଥିଲେ। ୨୦୦୪-୦୫ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ଥିଲା ୪୦୭ ଟଙ୍କା। ୨୦୦୪-୦୫ରେ ସହରାଞ୍ଚଳରେ ମୁଣ୍ଡପିଛା ଆୟ ଥିଲା ୪୯୭ ଟଙ୍କା । ୨୦୧୧-୧୨ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ୬୯୫ ଟଙ୍କା ଥିଲା। ତେବେ ୨୦୧୧-୧୨ରେ ସହରାଞ୍ଚଳରେ ମୁଣ୍ଡପିଛା ଆୟ ୮୬୧ ଟଙ୍କା ରହିଥିଲା।” ଆଜି ବିଧାନସଭାର ପ୍ରଶ୍ନକାଳରେ ମୋହନ ମାଝୀଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି।