ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଚାଲିଥିବା ୨୧ତମ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପୁଣି ମିଳିଛି ସ୍ୱର୍ଣ୍ଣ ପଦକ । ୫୩ କି.ଗ୍ରା ଭାରୋତ୍ତୋଳନର ମହିଳା ବର୍ଗରେ ମଣିପୁରର ସଞ୍ଜୀତା ଚାନୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାକୁ ମିଶାଇ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ମିଳିଛି ।
୨୪ ବର୍ଷୀୟା ସଂଜୀତା ଚାନୁ ମୋଟ ୧୯୨ କିଲୋ ଭାର ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫଳରେ କମନ୍ୱେଲ୍ଥରେ ସଂଜୀତା ନିଜର ପୂର୍ବ ରେକର୍ଡ ବଜାୟ ରଖିଛନ୍ତି । ୨୦୧୪ ଗ୍ଲାସଗୋ କମନ୍ୱେଲ୍ଥ ଗେମ୍ରେ ୪୮ କିଲୋ ବର୍ଗରେ ସେ ସ୍ୱର୍ଣ୍ଣ ଜିତି ଥିଲେ । ତେବେ ଲୋଆ ତାଉ ୧୮୨ କିଲୋ ଉଠାଇ ରୌପ୍ୟ ପଦକ ଜିତିଥିବା ବେଳେ କାନାଡାର ରେଶଲ୍ ଲେବନାଙ୍କ୍ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ୪୮ କିଲୋ ଭାରୋତଳନ ମହିଳା ବର୍ଗରେ ମୀରାବାଇ ଚାନୁଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା । ସେହିପରି ୫୬ କିଲୋଗ୍ରାମ ଭରୋତ୍ତଳନ ପୁରୁଷ ବର୍ଗରେ କର୍ଣ୍ଣାଟକର ଗୁରୁରାଜ ପୂଜାରୀ ରୌପ୍ୟ ପଦକ ଜିତିଥିଲେ ।
295 Views