ପିସିସି ସଭାପତି ହେବାପରେ କଂଗ୍ରେସର ଦଳ ସଜଡା ଆରମ୍ଭ କରିଥିଲେ ଶ୍ରୀ ପଟ୍ଟନାୟକ । ଏପରିକି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହ ସେ ମିଶିକରି ଅଗଷ୍ଟ ଶେଷସୁଦ୍ଧା ତାଙ୍କର ୫୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଘୋଷଣା କରିଥିଲେ । ହେଲେ ବାରମ୍ବାର ଦଳରେ ବୈଠକ ବସୁଛି ଆଲୋଚନା ହେଉଛି ହେଲେ ଚୁଡାନ୍ତ ନିଷ୍ପତି ନିଆଯାଇ ପାରୁନି । ଯେଉଁ ପ୍ରାର୍ଥୀଙ୍କ ନାଁ ନିରଞ୍ଜନ ସୁପାରିଶ କରୁଛନ୍ତି ତାହାକୁ ଜେନାବ୍ରଦର୍ସ ବିରୋଧ କରୁଥିବା ଏବେ ଦଳରେ ଚର୍ଚ୍ଚା ହେଉଛି । କଂଗ୍ରେସର ଏହି କେଁ ପାଇଁ କଂଗ୍ରେସର ଟିକେଟ ଘୋଷଣା ବିଳମ୍ବ ହେବ । କାରଣ ଟିକେଟ ନପାଇଲେ ଅଧିକାଂଶ ନେତା ଦଳ ଛାଡିବା ପାଇଁ ପରୋକ୍ଷରେ ଚେତାବନୀ ଦେଇଥିବା ନେଇ ଦଳୀୟ ମହଲରେ ଆଲୋଚନା ହେଉଛି । ତେଣୁ ଏପରି ସ୍ଥିତିରେ କଂଗ୍ରେସର କିଏ ପ୍ରାର୍ଥୀ ହେବ ତାହା କେବେ ଘୋଷଣା ହେବ ଏହା ଉପରେ ଏବେ ରହିଛି ସମସ୍ତଙ୍କ ନଜର ।
ବିଶେଷ ସୁତ୍ରରୁ ମିଳିଥିବା ସୂଚନାଅନୁସାରେ କେବଳ ବର୍ତମାନ ଆସୀନ ବିଧାୟକଙ୍କ ଟିକେଟ ନେଇ ଘୋଷଣା ହେବ । ତେବେ କମ୍ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିବା ନେତାମାନେ ଅଧିକାଂଶ ଜେନାଙ୍କ ଶିବିରର ହୋଇଥିବା ହେତୁ ସେମାନଙ୍କୁ ପ୍ରାର୍ଥୀ ନକରାଇବା ପାଇଁ ପିସିସି ମୁଖିଆଙ୍କ ସହ ଆଉ ଏକ ଗୋଷ୍ଠି ଜିଦ୍ ଧରିଥିବା ନେଇ କଂଗ୍ରେସ ମହଲରେ ଆଲୋଚନା ହେଉଛି । ଯେଉଁ କାରଣ ପାଇଁ କଂଗ୍ରେସ ଟିକେଟ ଘୋଷଣା ହୋଇପାରୁନି । ତେବେ ଅଧିକାଂଶ ନେତା ଏବେ ଟିକେଟ ଆଶାୟୀ ପାଇଁ ରହିଥିବା ବେଲେ ପ୍ରାର୍ଥୀତାଲିକା ଘୋଷଣା ପରେ ସେମାନେ ତାଙ୍କର ରାଜନୈତିକ ଭବିଷ୍ୟତ କଥା ଜଣାପଡିବ ବୋଲି ରାଜନୈତିକ ସମୀକ୍ଷକ ମାନଙ୍କ ମହଲରେ ଆଲୋଚନା ହେଉଛି ।