Sat. Mar 7th, 2026

ରାଜ୍ୟ ଓପନ୍‌ ସ୍କୁଲ ପରୀକ୍ଷା ୨୯ରୁ : ଓ୍ଵବ୍‌ସାଇଟ୍‌ରେ ଆଡ୍‌ମିଟ୍‌ କାର୍ଡ; ରହିବନି ଓଏମ୍‌ଆର୍‌

239 Views

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ୨୦୧୮ମସିହାର ଦ୍ୱିତୀୟ ରାଜ୍ୟ ଓପନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ଏସ୍‌ଓଏସ୍‌ସି) ଅଗଷ୍ଟ ୨୯ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ତାରିଖରେ ଶେଷ ହେବ। ଓପନ୍‌ ସ୍କୁଲ ପରୀକ୍ଷା ପାଇଁ ୧୪ ହଜାର ୬୧ଜଣ ପ୍ରାର୍ଥୀ ନାମ ପଞ୍ଜିକରଣ କରିଥିବା ବେଳେ ରାଜ୍ୟର ୬୪ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଫର୍ମପୂରଣ କରିଥିବା ପ୍ରାର୍ଥୀଙ୍କ ଆଡ୍‌ମିଟ କାର୍ଡ ବୋର୍ଡ ଓ୍ଵବ୍‌ସାଇଟ୍‌ wwwbseodisha.ac.inରେ ଛାଡାଯାଇଛି।

ଷ୍ଟଡି ସେଣ୍ଟର ମୁଖ୍ୟମାନେ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡକୁ ଡାଉନ୍‌ଲୋଡ୍‌ କରି ଏଥିରେ ଦସ୍ତଖସ୍ତ କରି ପରୀକ୍ଷାର୍ଥୀଙ୍କୁ ଯୋଗାଇଦେବେ। ବୋର୍ଡ ପକ୍ଷରୁ ଆଡମିଟ କାର୍ଡର ହାର୍ଡକପି ପରୀକ୍ଷା କେନ୍ଦ୍ରକୁ ପଠାଯିବ ନାହିଁ। ଏହି ପରୀକ୍ଷା ନୂଆ ଢ଼ାଞ୍ଚାରେ କରାଯିବ। ଏଥିରେ ଓଏମ୍‌ଆର୍‌ ଉତ୍ତର ସିଟ୍‌ ବ୍ୟବସ୍ଥା ରହିବ ନାହିଁ। ପରୀକ୍ଷାର୍ଥୀମାନେ ପ୍ରଶ୍ନ-ଉତ୍ତର ବୁକ୍‌ଲେଟ୍‌ରେ ପରୀକ୍ଷା ଦେବେ। ପରବର୍ତ୍ତୀ ସମୟରେ ବି ଏହି ପରୀକ୍ଷାରେ ଆଉ ଓଏମ୍‌ଆର୍‌ ବ୍ୟବସ୍ଥା ରହିବ ନାହିଁ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଆସନ୍ତା ଓପନ୍‌ ସ୍କୁଲ ପରୀକ୍ଷା ପାଇଁ ଉପସ୍ଥାନ ସିଟ୍‌ ଅଗଷ୍ଟ ୨୫ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରକୁ ପଠାଇଦିଆଯିବ ବୋଲି ଡକ୍ଟର ମହାନ୍ତି କହିଛନ୍ତି।

By amfnews

Related Post