Thu. Nov 14th, 2024

ରାଜସ୍ବ ବିଭାଗରେ ମାଫିଆ ରାଜ୍!

By amfnews Jul 15, 2019 #Featured
89 Views

ଭୁବନେଶ୍ବର : ସ୍ବାଧୀନତାର ୭୨ ବର୍ଷ ପରେ ବି ସମଗ୍ର ରାଜ୍ୟ ପାଇଁ େଗାଟିଏ ରାଜସ୍ବ ଅଧିନିୟମ କାର୍ଯ୍ୟକାରୀ େହାଇପାରିଲା ନାହିଁ। ଏବେ ବି ପାଟନା ରାଜ୍ୟ ଜମି ଆଇନ ଭଳି ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରାଜସ୍ବ ଅଧିନିୟମ ବଳବତ୍ତର ରହିଛି। ରାଜସ୍ବ ପର୍ଷଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ଏସବୁ ଅଧିନିୟମକୁ ଏକାଠି କରି ଓଡ଼ିଶା ଜମି ଓ ରାଜସ୍ବ କୋଡ୍ ପ୍ରସ୍ତୁତ କରିବା କଥା। କିନ୍ତୁ ଏହା ଆଜି ବି ଚିଠା ଅବସ୍ଥାରେ ରହିଛି।

ରାଜ୍ୟର ବଡ଼ ବଡ଼ ଜମି ମାଲିକମାନେ ଭୂ-ସଂସ୍କାର ଆଇନକୁ ଗିଳି ଦେଇଛନ୍ତି। ବର୍ଷବର୍ଷ ଧରି ଶହ ଶହ ଏକର ଜମିର ମାଲିକାନା ଥାଇ ବି ଏହି ଆଇନ ଅନ୍ତର୍ଗତ ସିଲିଂ ନିୟମ (ଜମିର ସର୍ବୋଚ୍ଚ ସୀମା) ଅନୁଯାୟୀ ବଳକା ଜମି ସରକାରୀ ଖାତାକୁ ଆସିପାରୁନାହିଁ। ସିଲିଂ ମାମଲା ଥାଇ ଜମି ଅନ୍ୟକୁ ହସ୍ତାନ୍ତର କରିବା େବଆଇନ। ମାତ୍ର ତହସିଲଦାରମାନଙ୍କୁ ଧରି ଜମି ମାଲିକ ପଟ୍ଟା ପ୍ରସ୍ତୁତ କରିବାରେ ସଫଳ େହାଇଛନ୍ତି। କୌତୂହଳର କଥା ହେଲା, ଓଡ଼ିଶାର ରାଜା ମହାରାଜାମାେନ ନିଜ ବଳକା ଜମି ନ ଛାଡ଼ି ସରକାରଙ୍କୁ ଆଇନ ଜାଲରେ ବାନ୍ଧିଛନ୍ତି। ଆଉ ଶତାଧିକ ଏକର ଜମି ନିଜ ମାଲିକାନାରେ ରଖିବାରେ ସଫଳ େହାଇଛନ୍ତି। ନିଜ ପ୍ରଭାବରେ ବସ୍ତୁତଃ ସରକାରଙ୍କୁ େସମାନେ ପ୍ରଭାବହୀନ କରିଦେଇଛନ୍ତି। ଦୀର୍ଘ ୪୨ବର୍ଷ ଧରି ରାଜ୍ୟରେ ଏ ନାଟକ ଚାଲିଛି।

ଭୂ-ସଂସ୍କାର ଆଇନ ଅନୁସାରେ, ରାଜ୍ୟରେ ଭାଗଚାଷ ବ୍ୟବସ୍ଥା ବେଆଇନ। ଏମିତି କ୍ବଚିତ ରାଜସ୍ବ ସର୍କଲ ଥାଇପାରେ, ଯେଉଁଠାେର ଆଜି ଦିନରେ ଏ ଆଇନର େଖାଲା ଉଲ୍ଲଂଘନ େହଉନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାର ଭାଗଚାଷୀଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ସମୟରେ ଅଣ୍ଟା ଭିଡ଼ିଛନ୍ତି, ଯଦିଓ ନିଜେ ଏହାକୁ ଆଇନତଃ ଅସିଦ୍ଧ େବାଲି ନିୟମ ପ୍ରସ୍ତୁତ କରିଛନ୍ତି।

କେବଳ ଏଇ ତିିନିଟି ଉଦାହରଣ ନୁହେଁ, ବିଫଳତାର ପାହାଡ଼ ଉପରେ ରାଜସ୍ବ ବିଭାଗ ଠିଆ େହାଇଛି। ସବୁ ନିୟମ କାନୁନକୁ େମାଡ଼ିମାଡ଼ି ଏମିତି ସ୍ଥିତିକୁ େନଇ ଗଲେଣି େଯ ରାଜସ୍ବ ବିଭାଗ ନିଜ ଜମିକୁ ସୁରକ୍ଷା ଦେବା ପାଇଁ ଏବେ ପାଖାପାଖି ୨୦୦ େକାଟି ଟଙ୍କା ଦରକାର। ଏସବୁ ଜମିକୁ ଆଉଥରେ ସରକାର ହାତକୁ ଆଣିବା ପାଇଁ କେତେ ମକଦ୍ଦମା େହବ, ତାହା କହିହେବ ନାହିଁ। ସେହିଭଳି ରକ୍ତପାତ ଆଶଙ୍କାକୁ ବି ଟାଳି େଦଇ େହଉନାହିଁ।

ସରକାର ବିଭାଗକୁ ପଙ୍ଗୁ ଅବସ୍ଥାକୁ େନଇଗଲେଣି। ଏ େକ୍ଷତ୍ରରେ ରାଜ୍ୟରେ ଏକ ବଡ଼ ଧରଣର ଷଡ଼୍‌ଯନ୍ତ୍ର ଚାଲିଛି। ଶହ ଶହ େକାଟି ଟଙ୍କାର ଦୁର୍ନୀତିର ଗନ୍ଧ ବାହାରୁଛି। ରାଜ୍ୟର ଦୁର୍ଦାନ୍ତ ଅପରାଧୀମାନଙ୍କୁ ଅର୍ଥ ବଳ ଦେବାରେ ରାଜସ୍ବ ବିଭାଗ ପରୋକ୍ଷରେ ବାଟ କଢ଼ାଇଛି। ସମସ୍ତେ ଜାଣୁଛନ୍ତି, କେହି ଏ େନଇ ପଦକ୍ଷେପ ନେଉନାହାନ୍ତି। ଯିଏ ବି ବିଭାଗୀୟ ମନ୍ତ୍ରୀ େହଉଛନ୍ତି, େସ ନିଜେ ମୁଣ୍ଡ େଖଳାଉନାହାନ୍ତି।

ରାଜ୍ୟରେ ୩୧୭ଟି ତହସିଲ ଅଛି। ସବୁ ତହସିଲରେ ସରକାର ତହସିଲଦାର ଦେଇପାରିନାହାନ୍ତି। ଓଡ଼ିଶା ପ୍ରଶାସନିକ େସବାର ୯୯୬ଟି ଅନୁମତିପ୍ରାପ୍ତ ପଦବି ପାଇଁ ୫୬୩ ଅଧିକାରୀ ଅଛନ୍ତି। ଓଡ଼ିଶା ରାଜସ୍ବ ସେବା ନାମରେ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା। ୧୧୮୦ଟି ପଦବି ସରକାର ସୃଷ୍ଟି କଲେ। ଏଯାଏ ୮୭୧ ଅଛନ୍ତି। ଏକଥା ସରକାର ନିକଟରେ ବିଧାନସଭା ସ୍ଥାୟୀ କମିଟି ସାମ୍ନାରେ ସ୍ବୀକାର କରିଛନ୍ତି।

ରାଜ୍ୟରେ ଯେଉଁ ୩ଟି ରାଜସ୍ବ ଡିଭିଜନ୍ ଅଛି, ଏଠାରେ ତିନି ଜଣ ଆର୍‌ଡିସି ନିଯୁକ୍ତି ଦେଇପାରୁନାହାନ୍ତି ସରକାର। ଅଧିକାଂଶ ସମୟ କା’ରେ ଚାଲୁଛି। ରାଜସ୍ବ ନିରୀକ୍ଷକଙ୍କ କଥା ନ କହିବା ଭଲ। ୨୨୭୪ଟି ସର୍କଲ ମଧ୍ୟରୁ ଅଧିକାଂଶରେ ଆର୍‌ଆଇ ନାହାନ୍ତି। ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦୁଇଟି ବଡ଼ ଗ୍ରାମର ଉଦାହରଣ ନେଲେ, ଏ ବ୍ୟବସ୍ଥାକୁ କେତେ ଗୁରୁତ୍ବ େଦଉଛନ୍ତି ତାହା ବୁଝାପଡ଼ିବ। କାଦୁଆ ନିକଟରେ ଥିବା ସଦାନନ୍ଦପୁର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ କାଗଜପତ୍ର ଉଈ ଖାଉଛି। ଶ୍ରୀରାମଚନ୍ଦ୍ରପୁର ଗାଁରେ ଥିବା ଆର୍‌ଆଇ ସର୍କଲ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଘରେ ଭଡ଼ାରେ ଚାଲିଛି।

ବିପର୍ଯ୍ୟୟ ପରିଚାଳନା ଦିଗରେ ରାଜସ୍ବ ବିଭାଗ ଏତେ ତତ୍ପର େଯ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ନିେର୍ଦଶ ଦେବା ପରେ ବି ପୁରୀ ଜିଲ୍ଲାରେ ଏଯାଏ ଫନି କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା ସହାୟତା ମିଳିପାରିଲା ନାହିଁ। ନିକଟରେ େଖାଦ୍ ବିଧାନସଭାରେ ଦଳମତ ନିର୍ବିଶେଷରେ ବିଧାୟକମାେନ ଅଭିେଯାଗ କରିଛନ୍ତି, ଫନି କ୍ଷତିଗ୍ରସ୍ତ ଚିହ୍ନଟରେ ୭୦% ଭୁଲ।

ରାଜସ୍ବ ବିଭାଗ ଏମିତି ଚାଲିଛି େଯ ନିଜ ଜମିକୁ ତହସିଲଦାର ସୁରକ୍ଷା ଦେଇପାରୁନାହାନ୍ତି। ୨୦୧୯ ମାର୍ଚ୍ଚ ୩ ତାରିଖ ସୁଦ୍ଧା ନିଜ ଜମି ସୁରକ୍ଷା ପାଇଁ ସରକାର ୬୪ େକାଟି ୨୩ଲକ୍ଷ ଟଙ୍କା ଦେଇଛନ୍ତି। ଏଥିରୁ ୨୭ େକାଟି ୭୭ ଲକ୍ଷ ଟଙ୍କା ଖର୍ଚ୍ଚ େହାଇଛି। ୮ ହଜାର ୪୩୩ ଏକର ୭୪ ଡେସିମିଲ ଜମିକୁ ସୁରକ୍ଷା ଦିଆଯାଇପାରିଛି। କିନ୍ତୁ ଜିଲ୍ଲାପାଳମାେନ ଚିହ୍ନଟ କରିଛନ୍ତି, ଆଉ ୪୪ ହଜାର ୯୦୮ ଏକର ୭୦୩ ଡେସିମିଲ ଜମି ରାଜ୍ୟରେ ଜବରଦଖଲକାରୀଙ୍କ କବଜାରେ ରହିଛି। ଏଥିପାଇଁ ଆନୁମାନିକ ଭାବେ ୧୫୪ େକାଟି ୬୫ ଲକ୍ଷ ଟଙ୍କା ଦରକାର େବାଲି କହିଛନ୍ତି। ହେଲେ ୨୦୦ େକାଟିରୁ ଅଧିକ ଟଙ୍କା ଦରକାର।

ସବୁଠାରୁ ବଡ଼ କେଳେଙ୍କାରୀ ଆଜି ଦିନରେ ଲଘୁ ଖଣିଜ ସଂପଦ କ୍ଷେତ୍ରରେ ଚାଲିଛି। ଏ େକ୍ଷତ୍ରରେ ଚୋରି ଓ େବଆଇନ ଉତ୍ତୋଳନକୁ େରାକିବା ଲାଗି ଗତ ବଜେଟରେ ସରକାର ୫ େକାଟି ଟଙ୍କା ଦେଇଥିଲେ। ହେଲେ, ଏହାର କେତେ ପ୍ରଭାବ ପଡିଲା, ତାହା କାହାକୁ ଜଣାନାହିଁ। ରାଜ୍ୟରେ ୪୦୩୩ଟି ସ୍ଥାନରେ ଲଘୁ ଖଣିଜ ସଂପଦ ରହିଛି। ଏଥିରୁ ୧୯୬୮ଟିରେ ଉତ୍ତୋଳନ େହଉଥିବା ସରକାର କହୁଛନ୍ତି। ଗତବର୍ଷ ୯୪ େକାଟି ୯ଲକ୍ଷ ଟଙ୍କାର ରୟାଲିଟି ପାଇଛନ୍ତି। ଏେକ୍ଷତ୍ରରେ ସରକାର ୧୨େକାଟି ୮୭ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛନ୍ତି। କିନ୍ତୁ ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟରଙ୍କ କବଜାକୁ ଏସବୁ ଅଞ୍ଚଳ ଚାଲିଗଲାଣି। ଶହ ଶହ େକାଟିର େକଳେଙ୍କାରୀ ଚାଲିଛି। ସମସ୍ତେ େଦଖୁଛନ୍ତି। ଦିେନ ଖଣି ଦୁର୍ନୀତି ଭଳି ଏହା ସରକାରଙ୍କ ମୁଣ୍ଡରେ କଳଙ୍କର େବାଝ ଲଦିଦେବ, ଏ ଆଶଙ୍କା ଅମୂଳକ ନୁହେଁ।

ରାଜସ୍ବ ବିଭାଗରେ ସ୍ଥାଣୁତା ଏତେ ବଢ଼ିଗଲାଣି େଯ ଜମି ବାବଦରେ ଖଜଣା ଓ ଜଳକର ଆଦାୟ େହାଇପାରୁନାହିଁ। ଉଭୟ କ୍ଷେତ୍ରରେ ଗତ କିଛି ବର୍ଷ ଧରି ବିଭାଗ ଟାର୍ଗେଟ ଛୁଇଁ ପାରୁନାହାନ୍ତି। ଜମି କିଣା ବିକା େକ୍ଷତ୍ରରେ ଶତ ପ୍ରତିଶତ କମ୍ପ୍ୟୁଟରୀକରଣ କଥା କୁହାଯାଇଛି। ହେଲେ ଆଜି ବି ମ୍ୟୁଟେସନ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସୁଧାର ଆସିପାରିଲା ନାହିଁ। ସ୍ପିଡ୍ େପାଷ୍ଟରେ ପଟ୍ଟା ମିଳିବା େଘାଷଣା ସ୍ବପ୍ନ େହାଇ ରହିଛି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଉନ୍ନୟନ କାମ ଭିତରେ ଏମିତି ବାନ୍ଧି ରଖୁଛନ୍ତି େଯ ରାଜସ୍ବ ବ୍ୟବସ୍ଥାକୁ ତଦାରଖ କରିବା ଲାଗି ସେମାନଙ୍କ ପାଖେ ସମୟ ନାହିଁ। ତହସିଲ ଯାଇ ସ୍ଥିତି ଯାଞ୍ଚ କରିବା ସମ୍ଭବ େହଉନାହିଁ।

By amfnews

Related Post