Wed. Dec 25th, 2024

ରାଜସ୍ଥାନ ବିଧାନସଭା ନିର୍ବାଚନ: ବିଜେପିକୁ ପଛରେ ପକାଇଲା କଂଗ୍ରେସ

By amfnews Dec 11, 2018 #Featured
150 Views

ନୂଆଦିଲ୍ଲୀ, ଡିସେମ୍ବର୧୧ : ରାଜସ୍ଥାନ ବିଧାନଭା ନିର୍ବାଚନକୁ ନେଇ ପୂର୍ବରୁ ସାମ୍ନାକୁ ଆସିଥିବା ଏକଜିଟ୍ ପୋଲ୍ ଏବେ ସୁଦ୍ଧା ସଠିକ୍ ସାବ୍ୟସ୍ତ ହୋଇଛି। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଏ ପର୍ଯ୍ୟନ୍ତ କଂଗ୍ରେସ ବିଜେପିକୁ ପଛରେ ପକାଇ ଦେଇଛି। ଏଠାରେ କଂଗ୍ରେସ ୯୦ଟି ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୭୨ଟି ସିଟରେ ଆଗୁଆ ରହିଛି। ଅନ୍ୟାନ୍ୟ ୩ଟି ସିଟରେ ଆଗୁଆ ରହିଛି। ଏ ପର୍ଯ୍ୟନ୍ତ ୧୬୫ଟି ସିଟର ଟ୍ରେଣ୍ଡ ସାମ୍ନାକୁ ଆସିଛି।

ରାଜସ୍ଥାନରେ ବିଧାନସଭା ନିର୍ବାଚନର ମତଗଣନା ପାଇଁ ପ୍ରାୟ ୨୦ ହଜାର ସରକାରୀ କର୍ମଚାରୀଙ୍କୁ ଲଗାଯାଇଛି। ରାଜ୍ୟରେ ୩୫ଟି କେନ୍ଦ୍ରରେ ମତଗଣନା ଆରମ୍ଭ ହୋଇ ଯାଇଛି।  ଯେଉଁଥିରେ ଜୟପୁର ଓ ଯୋଧପୁରର ଦୁଇ ଦୁଇଟି କେନ୍ଦ୍ର ସାମିଲ ରହିଛି। ରାଜସ୍ଥାନରେ ୨୦୦ ସିଟ୍ ମଧ୍ୟରୁ ୧୯୯ଟିରେ ଡିସେମ୍ବର ୭ରେ ମତଗଣନା ଆରମ୍ଭ ହୋଇଥିଲା। ୨୦୧୩ ନିର୍ବାଚନରେ ବିଜେପି ୧୬୩, କଂଗ୍ରେସ ୨୧, ବିଏସପି ୩, ଏନସିପି ୪ ଓ ଅନ୍ୟ ୯ଟି ସିଟରେ ବିଜୟୀ ହୋଇଥିଲେ।

ରାଜସ୍ଥାନ ମୋଟ୍- ୨୦୦, ମତଦାନ ହୋଇଛି ୧୯୯ ଆସନରେ

୨୦୧୩ର ଫଳାଫଳ

ବିଜେପି- ୧୬୩

କଂଗ୍ରେସ- ୨୧

ବିଏସପି- ୩

ଏନସିପି- ୪

ଅନ୍ୟ- ୯

By amfnews

Related Post