Sat. Mar 7th, 2026

ରାଜନୀତିରେ ପ୍ରବେଶ କରିଲେ ଏହି ପ୍ରସିଦ୍ଧ କମେଡିଆନ୍‌

177 Views

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ କମେଡିଆନ୍‌ ଅଲ୍ଲୀ ରାଜନୀତିରେ ପ୍ରବେଶ କରିଥିବାର ଖବର ମିଳିଛି। ସେ ଆନ୍ଧ୍ରପ୍ରଦେଶରେ ଓ୍ଵାଇ ଏସ୍‌ ଆର୍‌ କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। ଅଲ୍ଲୀ ଗତକାଲି ହାଇଦ୍ରାବାଦରେ ଦଳର ଅଧ୍ୟକ୍ଷ ଜଗନମୋହନ ରେଡିଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଦଳରେ ଯୋଗଦେବା ମାତ୍ରେ ଆଗାମୀ ଲୋକସଭା ନିର୍ବାଚନରେ ଅଲ୍ଲୀ ଓ୍ଵାଇଏସ ଆର କଂଗ୍ରେସର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଅଲ୍ଲୀ ରାଜମନ୍ଦ୍ରୀର ଅଧିବାସୀ ହୋଇଥିବା ହେତୁ ଦଳ ତାଙ୍କୁ ସେଠାରୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।

ଠିକ୍‌ ସେହିପରି ଜଣାଶୁଣା ତେଲୁଗୁ ଅଭିନେତ୍ରୀ ଜୟସୁଧା ମଧ୍ୟ ଓ୍ଵାଇ ଏସ ଆର ସିପିରେ ମଧ୍ୟ ଯୋଗ ଦେଇଛନ୍ତି। ସେ କଂଗ୍ରେସ ଛାଡି ଓ୍ଵାଇ ଏସ ଆର ସିପିରେ ଯୋଗ ଦେଇଥିବା ଜଣାଯାଇଛି। ତେବେ ଦଳ ତାଙ୍କୁ କେଉଁଠାରୁ ପ୍ରାର୍ଥୀ କରିବ,ତାହା ଜଣା ପଡିନାହିଁ। କିନ୍ତୁ ଜୟସୁଧା ଆଗାମୀ ଲୋକସଭା ନିର୍ବାଚନରେ ଓ୍ଵାଇଏସ ଆର କଂଗ୍ରେସର ପ୍ରାର୍ଥୀ ହେବେ ନାହିଁ ବୋଲି ଚର୍ଚ୍ଚା ହେଉଛି।

By amfnews

Related Post