Sat. Nov 23rd, 2024

ରାଜଧାନୀରେ ବିଦେଶୀ ମୁଦ୍ରା କାରବାର, ୪ ଗିରଫ

By B Charan Subudhi Aug 20, 2018 #Featured
290 Views

ଭୁବନେଶ୍ୱର, ଅଗଷ୍ଟ ୨୦:

ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସମୟରେ ବିମାନବନ୍ଦରରୁ ସୁନା ଜବତ ହେଉଛି । ଏହାର ନେଟୱାର୍କ୍ ବାହାର ରାଜ୍ୟ ତଥା ବିଭିନ୍ନ ଦେଶକୁ ଲମ୍ବିଥିବାର ନଜିର ରହିଛି । ରାଜଧାନୀରେ ଦିନକୁ ଦିନ ସୁନାର ଚୋରା କାରବାର ବୃଦ୍ଧି ଘଟି ପୋଲିସର ନିଦ ହଜି ଯାଇଥିବା ବେଳେ ଆଜି ପୁଣି ବିଦେଶୀ ମୁଦ୍ରା କାରବାର ସାମ୍ନାକୁ ଆସିଛି । ଏକ ହୋଟେଲରେ ରେଡ୍ କରି ଏହି ରାକେଟର ପର୍ଦ୍ଦାଫାସ କରିବା ସହ  ୪ଜଣ ଅଣ ଓଡିଆଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ୍ ।

ସୂଚନାନୁଯାୟୀ, ରାଜଧାନୀ ଖଣ୍ଡଗିରି ଅଂଚଳର ଏକ ହୋଟେଲରେ ବିଦେଶୀ ମୁଦ୍ରାର ଫେକ୍ କାରବାର ଚାଲୁଥିଲା । କୌଣସି ସୂତ୍ରରୁ ଖବର ପାଇଁ ପୋଲିସ୍ ହୋଟେଲରେ ଅତର୍କିତ ଚଢାଉ କରି ୪ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୩ଜଣ କର୍ଣ୍ଣାଟକର ଥିବା ବେଳେ ଜଣେ ଗୁଜରାତର ହୋଇଥିବା ଜଣାପଡିଛି । ଅଭିଯୁକ୍ତଙ୍କଠାରୁ ବିଭିନ୍ନ ଦେଶର ମୁଦ୍ରା ଜବତ କରାଯାଇଛି । ଗିରଫ ବ୍ୟକ୍ତିମାନେ ବିଭିନ୍ନ ଲୋକଙ୍କୁ ସେୟାର୍ ମାର୍କେଟରେ ଟଙ୍କା ଲଗାଇ ଅଧିକ ଲାଭର ପ୍ରଲୋଭନ ଦେଖାଉଥିବା ପୋଲିସ୍ କହିଛି । ତେବେ ଏହି ଅଭିଯୁକ୍ତଙ୍କ ନାମରେ ବହୁ ପୂର୍ବରୁ ୧୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଥିବା ସୂଚନା ମିଳିଛି |

Related Post