Sun. Mar 8th, 2026

ଯେଉଁ ଜେଲରେ ଏକଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ସେହି ଜେଲରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ରାତି ବିତାଇବାକୁ ପଡ଼ିଲା !

1,336 Views

ନୂଆଦିଲ୍ଲୀ: ଜେଲରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚିନ୍ମୟାନନ୍ଦଙ୍କ କ୍ଷେତ୍ରରେ ଏକ ନୂଆ କଥା ଘଟିଛି। ତାହା ହେଲା ଯେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଚିନ୍ମୟାନନ୍ଦ ଶାହାଜାହାନପୁର ଯେଉଁ ଜେଲରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ସେହି ଜେଲରେ ତାଙ୍କୁ ରାତି ବିତାଇବାକୁ ପଡ଼ିଛି କଏଦୀଭାବେ।

ଗତକାଲି ତାଙ୍କୁ ବିଚାରଧୀନ କଏଦୀ ଭାବେ ଉକ୍ତ ଜେଲରେ ରାତି କାଟିବାକୁ ପଡ଼ିଥିବା ଜଣାଯାଇଛି। ଏହି ଜେଲକୁ ମୁଖ୍ୟ ଅତିଥି ଭାବେ ଆସିଥିବାବେଳେ ତାଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରାଯାଇଥିଲା ମାତ୍ର ଏଥର ବିଚାରଧୀନ କଏଦୀ ଭାବେ ଆସିଥିବା କାରଣରୁ ପ୍ରଥମେ ତାଙ୍କର ତଲାସି ନିଆଯାଇଥିଲା। ଏସଂପର୍କରେ ଜେଲ୍ ଅଧୀକ୍ଷକ ରାକେଶ କୁମାର କହିଛନ୍ତି ଯେ ଚିନ୍ମୟାନନ୍ଦ ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୫ ମିନିଟରେ ଜେଲରେ ପହଞ୍ଚିଲେ ।ସେତେବେଳେ ସେ କାହା ସହ କଥା ମଧ୍ୟ ହୋଇନଥିଲେ।
ସୂଚନାଯୋଗ୍ୟ, ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ସ୍ପେଶାଲ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି) ଦୀର୍ଘ ୭ ଘଣ୍ଟାକାଳ ଜେରା କରିବା ପରେ ଗୃହବନ୍ଦୀ କରି ରଖିଥିଲା । ଏଥିସହ ଅଭିଯୁକ୍ତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଦିବ୍ୟ ଆଶ୍ରମକୁ ମଧ୍ୟ ସିଲ୍ କରି ଦେଇଥିଲାଏସ୍ଆଇଟି।

ଏହାପରେ ଗତ ଶୁକ୍ରବାର ଦିନ ଚିନ୍ମୟାନନ୍ଦଙ୍କୁ ତାଙ୍କ ଆଶ୍ରମରୁ ଗିରଫ କରିଥିଲା ପୁଲିସ । ଏସଆଇଟି ସାକ୍ଷୀ ଓ ଛାତ୍ରୀଙ୍କ ଲିଖିତ ବୟାନ ଆଧାରରେ ସ୍ଵାମୀଙ୍କ ବିରୋଧରେ ଆଇପିସି ଧାରା ୩୭୬ ସି, ୩୫୪ ଡି, ୩୪୨ ଓ ୫୦୬ ଆଧାରରେ ଗିରଫ କରିଥିଲା ଚିନ୍ମୟାନନ୍ଦଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ।

By amfnews

Related Post