Mon. Mar 9th, 2026
214 Views

ଭଦ୍ରକ : ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାଉତରା ଗଢିଆ ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଯିବା ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ନାଁ ବିଜୟ ବେହେରା।

ସୂଚନା ଅନୁସାରେ, ଗତ ସନ୍ଧ୍ୟାରେ କୌଣସି କାରଣକୁ ନେଇ ବିଜୟଙ୍କ ସହ ଗାଁର କିଛି ଯୁବକଙ୍କର ବଚସା ହୋଇଥିଲା। ଏହାପରେ ଉତ୍‌କ୍ଷିପ୍ତ ହୋଇ ଯୁବକମାନେ ଲୁହା ରଡ଼ରେ ବିଜୟଙ୍କୁ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ମୃତ ବିଜୟଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀ ଯୁବକ ଫେରାର ହୋଇଯାଇଥିବାବେଳେ ଗାଁରେ ଉତ୍ତେଜନା ଲାଗି ରହିଛି।

 

By amfnews

Related Post