Sun. Mar 8th, 2026
390 Views

ପୁରୀ : ଅଣ୍ଟାରେ ମାଉଜର ରଖି ବାଇକ୍‌ରେ ଯାଉଥିବା ଜଣେ ଯୁବକଙ୍କୁ ପୁଲିସ ଧରି ଥାନାରେ ଅଟକ ରଖିଛି। ତା’ ନିକଟରୁ ଏକ ୯ ଏମ୍‌ଏମ୍ ମାଉଜର ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଚୁଡ଼ଙ୍ଗ ସାହିର ପିଣ୍ଟୁ ଓରଫ ମନୋଜ ନାୟକ ଆଜି ବୁଲେଟ୍‌ରେ ଶ୍ରୀକ୍ଷେତ୍ର କଲୋନି ରାସ୍ତାରେ ଯାଉଥିବା ବେଳେ ଅଣ୍ଟାରେ ଏକ ମାଉଜର ଖୋସିଥିବା ପୁଲିସ ସନ୍ଦେହ କରିଥିଲା। ପୂର୍ବରୁ ସେ ବନ୍ଧୁକ ସହିତ ପୁଲିସ ହାତରେ ଧରାପଡିଥିଲା। ଆଜି ତାକୁ ଯାଞ୍ଚ କରିବା ବେଳେ ତା’ ଅଣ୍ଟାରୁ ମାଉଜର ମିଳିଥିଲା। ଏ ସଂପର୍କରେ ଅଧିକ ପଚରାଉଚରା କରିବା ପାଇଁ ପୁଲିସ ତାକୁ ଏକ ଅଜ୍ଞାତ ସ୍ଥାନରେ ରଖିଛି। ତେବେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ପୁଲିସ ଏ ସଂପର୍କରେ କିଛି କହିବାକୁ ମନା କରିଛି। ସୂଚନାଯୋଗ୍ୟ, ବେଆଇନ୍ ବନ୍ଧୁକ ରଖିବା ମାମଲାରେ ପିଣ୍ଟୁକୁ ପୂର୍ବରୁ ଭୁବନେଶ୍ବର ଏବଂ ପୁରୀରେ ପୁଲିସ ଗିରଫ କରିସାରିଛି।

By amfnews

Related Post