Sun. Mar 8th, 2026

ଯୁବକ କହିଲେ , ତିନି ମାସର ସଂପର୍କରେ ଯୁବତୀ ସାତ ମାସର ଗର୍ଭବତୀ ହେଲେ କିପରି?

146 Views

ନୋଏଡା,ନଭେମ୍ବର ୦୪: ନୋଏଡାର ପେଜ୍‌ ଥ୍ରି ଥାନା ଅଞ୍ଚଳର ଏକ ମାମଲା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗ ଅନୁଯାୟୀ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗତ ସାତ ମାସ ଧରି ଦୁଷ୍କର୍ମ କରି ଆସୁଥିଲା। ଯୁବତୀ ଜଣକ ଏବେ ସାତ ମାସର ଗର୍ଭବତୀ। ଯୁବକ କିନ୍ତୁ ଏବେ ଗର୍ଭବତୀ ଯୁବତୀକୁ  ବିବାହ କରିବାକୁ ଏବେ ରାଜି ନ ହେଉଥିବା ହେତୁ ମାମଲା ଥାନାକୁ ଆସିଥିଲା।

ପୁଲିସର ସୂଚନା ଅନୁଯାୟୀ ସେକ୍ଟର ୬୩ ର ଛିଜାଗର୍ସ କଲୋନିରେ ରହୁଥିବା ଯୁବତୀଙ୍କର ବାପା ମାଆଙ୍କର ଦେହାନ୍ତ ହୋଇସାରିଛି। ସେ ଏକ କଂପାନିରେ ଚାକିରି କରେ। କିଛି ମାସ ତଳେ ଯୁବକ ସହିତ ଯୁବତୀର ଦେଖା ହୋଇଥିଲା। ତା’ପରେ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ସ୍ଥାପିତ ହେଲା।

ଏହାପରେ ଥରେ ଯୁବତୀକୁ ବିବାହର ପ୍ରଲୋଭନ ଦେଖାଇ  ଯୁବକଜଣକ ନିଜ ରୁମ୍‌କୁ ଆଣି ଦୁଷ୍କର୍ମ କରିଥିଲା। ଏବେ ସେ ସାତ ମାସର ଗର୍ଭବତୀ।

ଅପରପକ୍ଷରେ  ଅଭିଯୁକ୍ତ ଯୁବକର କହିବା କଥା  ହେଲା ଯେ,ଯୁବତୀ ସହିତ ତାର ସଂପର୍କ ମାତ୍ର ତିନି ମାସ ତଳର। ସେ ପ୍ରଶ୍ନ କରିଛି ଯେ,ତିନି ମାସର ସଂପର୍କ ଭିତରେ ଯୁବତୀ କିଭଳି ସାତ ମାସର ଗର୍ଭବତୀ ହେଲେ। ଯୁବତୀ ଜଣକ ଦେହ ବ୍ୟବସାୟରେ ଲିପ୍ତ ବୋଲି  ଅଭିଯୋଗ କରିଛି ଯୁବକ। ଖାଲି ସେତିକି ନୁହେଁ ତାକୁ ବ୍ଲାକ୍‌ମେଲ୍‌ କରି ଯୁବତୀଜଣକ ୬୦ ହଜାର ଟଙ୍କା ନେଇଛନ୍ତି ବୋଲି ଅଭିଯୋଗ କରିଛି  ଯୁବକ। ଏବେ ପୁଲିସ ମାମଲାର ତଦନ୍ତ ଚଳାଇଛି।

 

By amfnews

Related Post