Sun. Mar 8th, 2026

ଯମୁନା ଏକ୍ସପ୍ରେସ୍‌େଓ୍ଵରେ ଗ୍ୟାସ୍‌ ଟ୍ୟାଙ୍କର ବିସ୍ଫୋରଣ; ଅନ୍ୟ ୫ଟି ଗାଡ଼ି ଜଳିବା ସହ ୩ ଜଣ ସାଙ୍ଘାତିକ ଆହତ

215 Views

ମଥୁରା, ୨୮/୧୦: ଶନିବାର ଓ ରବିବାର ରାତି ପ୍ରାୟ ୧: ୨୦ରେ ଉତ୍ତର ପ୍ରଦେଶ ଅନ୍ତର୍ଗତ ଯମୁନା ଏକ୍‌ସ୍‌ପ୍ରେସ୍‌େଓ୍ଵର ସୁରିର ନିକଟସ୍ଥ ୮୫ ନମ୍ବର ମାଇଲ୍‌ଖୁଣ୍ଟ ପାଖରେ ଗୋଟିଏ ଗ୍ୟାସ୍‌ ଟ୍ୟାଙ୍କର୍‌ ଅନ୍ୟ ଗୋଟିଏ ଗ୍ୟାସ୍‌ ଟ୍ୟାଙ୍କର୍‌ ସହ ଧକ୍କା ଖାଇବାରୁ ବିସ୍ଫୋରଣ ଘଟି ନିଅାଁ ଲାଗିଯାଇଛି। ଟ୍ୟାଙ୍କର୍‌ରୁ ନିଅାଁ ବାହାରି ରାସ୍ତାରେ ଯାଉଥିବା ଆଉ ପାଞ୍ଚଟି ଗାଡ଼ିରେ ମଧ୍ୟ ନିଅାଁ ଧରିଛି।

ପଛରେ ଥିବା ଟ୍ୟାଙ୍କର୍‌ଟି ଆଗରେ ଯାଉଥିବା ଟ୍ୟାଙ୍କର୍‌କୁ ଟପିଯାଉଥିବା ବେଳେ ସେଥିରେ ତା’ର କ୍ୟାପ୍‌ସୁଲ୍‌ (ଟ୍ୟାଙ୍କ୍‌) ଘଷି ହୋଇ ତେଲ ବାହାରି ଆସିବାରୁ ଜଳି ଉଠିଥିଲା।

ପରେ ପରେ ସେ ଟ୍ୟାଙ୍କର୍‌ରେ ମଧ୍ୟ ନିଅାଁ ଧରିବାରୁ ତାହା ଫାଟି ଯାଇଥିଲା।

ସେହି ସମୟରେ ଭୁଲ୍‌ ରାସ୍ତାରେ ଆସୁଥିବା ଚାରିଟି କାର୍‌ରେ ନିଅାଁ ଲାଗିଯିବାରୁ ସେଥିରେ ଥିବା ଲୋକଙ୍କ ମଧ୍ୟରୁ ୨ ଜଣଙ୍କର ଶରୀର ପ୍ରାୟ ୩୦% ପୋଡ଼ି ଯାଇଛି। ଚିକିତ୍ସା ନିମନ୍ତେ ସେମାନଙ୍କୁ ମଥୁରାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦମକଳ ବାହିନୀ ଘଟନାସ୍ଥଳରେ ପହଞ୍ଚିବା ପରେ ନିଅାଁକୁ ନିୟନ୍ତ୍ରଣ କରାଯାଇଥିଲା। ଏହି ଦୁର୍ଘଟନାରେ ୩ ଲୋକ ସାଙ୍ଘାତିକ ଆହତ ହୋଇଛନ୍ତି।

ଘଟନାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ମଧ୍ୟ ମହଜୁଦ ଅଛନ୍ତି।

By amfnews

Related Post