Thu. Mar 12th, 2026

ମୋ ସରକାରରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

222 Views

ଭୁବନେଶ୍ୱର : ମୋ ସରକାରରେ ସାମିଲ ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଭାଗକୁ ମୋ’ ସରକାରରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ବୃତ୍ତିଗତ ସେବାରେ ପରିବର୍ତ୍ତନ ଆଣିବା ପାଇଁ 5T ବେଶ୍ ସହାୟକ ହେବ। ଏନେଇ ବିଭିନ୍ନ ସ୍ତରରେ ହେଲ୍ପ ଡେସ୍କ ଖୋଲାଯାଇଛି। ଏହାସହ ଲୋକଙ୍କଠାରୁ ସେବାର ଗୁଣବତ୍ତା ସମ୍ପର୍କରେ ମତାମତ ସଂଗ୍ରହ କରାଯାଉଛି। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଫାଇଭ୍ ଟି ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post