Sun. Mar 8th, 2026

ମେଟ୍ରୋ ଟ୍ରେନରେ ସିଟ୍ ମିଳିଲାନି ଠିଆ ଠିଆ ଯାତ୍ରାକଲେ କେନ୍ଦ୍ର ମନ୍ତ୍ରୀ

273 Views

ନୂଆଦିଲ୍ଲୀ : ଦେଶରେ ଭିଆଇପି ସଂସ୍କୃତିକୁ ନେଇ ସମୟ ସମୟରେ ନେତାମାନେ ଜନତାଙ୍କ ଆଲୋଚନାର ପରିସରକୁ ଆସନ୍ତି। ହେଲେ ନେତା ଯେତେବେଳେ ଭିଆଇପି ସଂସ୍କୃତିରୁ ହଟି ସାଧାରଣ ଲୋକଙ୍କ ଭଳି ଚାଲିଚଳଣିରେ ବଞ୍ଚିବେ ସେତେବେଳେ ସେହି ନେତା ଆହୁରି ଆଲୋଚନାର ପରିସରକୁ ଆସିବା ସ୍ୱାଭାବିକ କଥା।

ଭିଆଇପି ସଂସ୍କୃତିରୁ ହଟି ନିକଟରେ ଏଭଳି କିଛି କରିଛନ୍ତି ମୋଦି ସରକାରଙ୍କ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ୍। ମଙ୍ଗଳବାର ରାତିରେ ଗଜେନ୍ଦ୍ର ସିଂହ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସାଧାରଣ ଲୋକଙ୍କ ଭଳି ମେଟ୍ରୋ ଟ୍ରେନରେ ଦିଲ୍ଲୀରୁ ହରିଆନାର ଫରିଦାବାଦକୁ ଯାତ୍ରା କରିଥିଲେ। ଏମିତିକି ସିଟ୍ ନଥିବାରୁ ଜଳଶକ୍ତି ମନ୍ତ୍ରୀ ଟ୍ରେନରେ ଥିବା ପିଲର ଧରି ଛିଡ଼ା ହୋଇଥିଲେ। କିନ୍ତୁ କିଛି ସମୟ ପରେ ଜଣେ ଓହ୍ଲାଇ ପଡ଼ିବାରୁ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ବସିବାକୁ ସିଟ୍‌ ପାଇଥିଲେ।

ଏହାକୁ ଟୁଇଟରରେ ଶେୟାର କରିଛନ୍ତି ନିଜେ ମନ୍ତ୍ରୀ। ସେ କହିଛନ୍ତି ‘ମେଟ୍ରୋ ଏକ ସଫଳ ଜନ ପରିବହନ ଯୋଜନା। ମେଟ୍ରୋ ଟ୍ରେନ୍ ଏବଂ ଷ୍ଟେସନର ସ୍ୱଚ୍ଛତା ଏହି ସଫଳତାର ଏକ ଅଭିନ୍ନ ଅଙ୍ଗ’।

By amfnews

Related Post