Mon. Jun 9th, 2025

ମାଲକାନଗିରି ଜିଲ୍ଲାର ସବୁ ସ୍କୁଲ୍‌ ୨ ଦିନ ପାଇଁ ଛୁଟି

By amfnews Aug 2, 2019 #Featured
114 Views

ମାଲକାନଗିରି  : ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାରୁ  ଜିଲ୍ଲାର ସମସ୍ତ ସ୍କୁଲକୁ ଦୁଇ ଦିନ ପାଇଁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ଆଜି ଓ ଆସନ୍ତାକାଲି ଦୁଇ ପାଇଁ ଛୁଟି ଘୋଷଣା କରାଯାଇଛି।

ଲଗାଣ ବର୍ଷା ଯୋଗୁ ମାଲକାନଗିରିରେ ପୁଣି ସ୍ଥିତି ବେହାଲ ହୋଇପଡ଼ିଛି। ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। କୋରକୋଣ୍ଡା, କୋକରକୁଣ୍ଡା ଓ ଏମ୍‌ଭି-୩୬ ପୋଲ ଉପରେ ୫ ଫୁଟର ପାଣି ଚାଲିଛି। ଫଳରେ ମାଲକାନଗିରିରୁ ବାଲିମେଳା ଓ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ସମସ୍ୟା ସୃଷ୍ଟି ହୋଇଛି।

ଗତ ୪ ଦିନ ତଳେ ମଧ୍ୟ ଲଗାଣ ବର୍ଷା ଯୋଗୁ ମାଲକାନଗିରି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ପରେ ବର୍ଷା କମିବାରୁ ସ୍ଥିତି ସୁଧୁରିଥିଲା। ତେବେ ଗତକାଲି ରାତିରୁ ପୁଣି ଥରେ ଜୋର ବର୍ଷା ଯୋଗୁ ହଠାତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି।

By amfnews

Related Post