Fri. Mar 6th, 2026

ମାଓବାଦୀଙ୍କ ‘ଶୁଭଚିନ୍ତକ’ଙ୍କ ବିରୋଧରେ ରହିଛି ପର୍ଯ୍ୟାପ୍ତ ପ୍ରମାଣ, ରଚିଥିଲେ ବଡ଼ ଷଡ଼ଯନ୍ତ୍ର, ଆତଙ୍କବାଦୀ ଗୋଷ୍ଠୀ ବି ସାମିଲ

340 Views

ମୁମ୍ବାଇ, ଅଗଷ୍ଟ୩୧:

ମାଓବାଦୀଙ୍କ ‘ଶୁଭଚିନ୍ତକ’ଙ୍କ ବିରୋଧରେ ଚଢାଉ କାର୍ୟ୍ୟାନୁଷ୍ଠାନ ଏବେ ସମଗ୍ର ଦେଶରେ ବିତର୍କର ବିଷୟ ହୋଇଛି। ଏହି ସବୁ ମଧ୍ୟରେ ମହାରାଷ୍ଟ୍ର ପୋଲିସ  ଏହି କାର୍ୟ୍ୟାନୁଷ୍ଠାନକୁ ଉଚିତ୍ ଦର୍ଶାଇଛି। ମହାରାଷ୍ଟ୍ରରର ଏଡିଜି(କାନୁନ ଓ ବ୍ୟବସ୍ଥା) ପରମବୀର ସିଂହ ଶୁକ୍ରବାର କହିଛନ୍ତି ଯେ ମାଓବାଦୀଙ୍କ ବିରୋଧରେ ଏହି କାର୍ୟ୍ୟାନୁଷ୍ଠାନ ପ୍ରମାଣ ଆଧାରରେ କରାଯାଇଛି। ଚଢାଉ ସମୟରେ ଅନେକ ମହତ୍ଵପୂର୍ଣ୍ଣ ପ୍ରମାଣ ମଧ୍ୟ ମିଳିଛି। ପୋଲିସ ଅଭିଯୋଗ କରିଛି ଯେ ମାଓବାଦୀଙ୍କ ଷଡଯନ୍ତ୍ର କାନୁନ-ବ୍ୟବସ୍ଥା ବିଗାଡି ସରକାରକୁ ଭଙ୍ଗ କରିବାର ଥିଲା। ଗୋଟିଏ ଆତଙ୍କବାଦୀ ସଂଗଠନ ମଧ୍ୟ ଏହି ଷଡଯନ୍ତ୍ରରେ ମାଓବାଦୀଙ୍କ ସହିତ ସାମିଲ ଥିଲା।

ମହାରାଷ୍ଟ୍ର ପୋଲିସ ମାଓବାଦୀଙ୍କ ଅନେକ ପତ୍ର ସାର୍ବଜନୀନ କରି ଅଭିଯୋଗ କରିଛି ଯେ ମାଓବାଦୀ ମୋଦୀ ରାଜକୁ ସମାପ୍ତ କରିବା ପାଇଁ ଅସ୍ତ୍ରଶସ୍ତ୍ର ଓ ଗ୍ରେନେଡ୍ କିଣିବାକୁ ଚାହୁଁଥିଲେ। ଅନ୍ୟ ଏକ ପତ୍ରରେ ରାଜୀବ ଗାନ୍ଧୀ ପରି ଘଟଣାର ଉଲ୍ଲେଖ ମଧ୍ୟ ରହିଛି। ପତ୍ରରେ କାଶ୍ମୀର ବିଚ୍ଛିନ୍ନତାବାଦୀଙ୍କ ସହ ମିଶି ଆକ୍ରମଣ କରିବାର କଥା ମଧ୍ୟ ରହିଛି। ସିଂହ କହିଛନ୍ତି ଯେ ରେଡ୍ ସମୟରେ ବହୁତ ସାହିତ୍ୟ ପତ୍ର ଜବତ କରାଯାଇଛି। ମିଳିଥିବା ପ୍ରମାଣ ମୁତାବକ କାନୁନ ବ୍ୟବସ୍ଥାକୁ ବିଗାଡି ସରକାରକୁ କ୍ଷମତାଚ୍ୟୁତ୍ କରିବାକୁ ସିପିଆଇ ମାଓବାଦୀ ଷଡଯନ୍ତ୍ର ରଚିଛନ୍ତି।

ସେ କହିଛନ୍ତି ଯେ ଫରେନ୍ସିକ ଯାଞ୍ଚ ପାଇଁ ପ୍ରମାଣ ଗୁଡ଼ିକୁ ପଠାଯାଇଛି। ପୋଲିସ କହିଛି ଯେ ଯାଞ୍ଚ ସମୟରେ ଏମିତି ସୂଚନା ମିଳିଛି ଯେ ମାଓବାଦୀ ବହୁତ ବଡ଼ ଷଡ଼ଯନ୍ତ୍ର ରଚିଥିଲେ। ଗୋଟିଏ ଆତଙ୍କବାଦୀ ସଂଗଠନ ମଧ୍ୟ ମାଓବାଦୀଙ୍କ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲା। ମାମଲାର ଯାଞ୍ଚ ଜାନୁଆରୀ ୮ରୁ କରାଯାଇଥିବା ପୋଲିସ କହିଛି। ଏହା ପରେ ୬ ଜଣ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା।

ଏଡିଜି କହିଛନ୍ତି ଯେ ଗିରଫ ହୋଇଥିବା କବି ବରବରା ରାଓ, ଅରୁଣ ପେରେରା, ଗୌତମ ନଓ୍ଵଲଖା, ଓ୍ଵେରନୋନ୍ ଗୋଞ୍ଜଓ୍ଵିଲ୍ସ ଓ ସୁଧା ଭରଦ୍ଵାଜଙ୍କ ସମ୍ବନ୍ଧ ମାଓବାଦୀଙ୍କ ସହ ଥିବା ପର୍ୟ୍ୟାପ୍ତ ପ୍ରମାଣ ରହିଛି। ଏହି ପ୍ରମାଣ ଆଧାରରେ ଏମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି।

By amfnews

Related Post