Fri. Nov 8th, 2024

ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପ୍ରତିବାଦ: ସେପ୍ଟେମ୍ବର ୨୦ରୁ ପ୍ରତି ଜିଲ୍ଲାରେ ହେବ ମହିଳା କଂଗ୍ରେସର ‘ଆକ୍ରୋଶ ଯାତ୍ରା’

By amfnews Sep 1, 2018
199 Views

ଭୁବନେଶ୍ୱର,୧ ସେପ୍ଟେମ୍ବର:

ରାଜ୍ୟର ଶାସକ ଦଳ ବିଜେଡିର ମହିଳା ସମାବେଶ ଓ ବିରୋଧୀ ବିଜେପିର ମହିଳା ମହାସମାବେଶ ଘୋଷଣା ପରେ ବର୍ତ୍ତମାନ ମହିଳା ଯାତ୍ରା କରିବାକୁ ଅଣ୍ଟା ଭିଡିଛି ଅନ୍ୟତମ ବିରୋଧୀ କଂଗ୍ରେସ। ‘ମହିଳା ଆକ୍ରୋଶ ଯାତ୍ରା’ ନାମରେ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଏହା ଆରମ୍ଭ ହେବ । ଏହି ଯାତ୍ରା ୩୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଦଶ ଦିନ ଧରି ଚାଲିବ । ଉଭୟ ରାଜ୍ୟରେ ବିଜେଡି ସରକାର ଓ କେନ୍ଦ୍ରରେ ବିଜେପି ସରକାରଙ୍କ ଦ୍ୱାରା ମହିଳାମାନେ ପ୍ରତାରିତ ହୋଇଥିବା ପ୍ରତିବାଦରେ ପ୍ରତ୍ୟେକ ସ୍ଥାନକୁ ଯାଇ ମହିଳା ମାନଙ୍କୁ ସଚେତନ କରିବାପାଇଁ ଏହି ଆକ୍ରୋଶ ଯାତ୍ରା କରାଯିବ ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଉଭୟ ସରକାରଙ୍କ ଶାସନ କାଳରେ ମହିଳାଙ୍କ ଉପରେ ଆକ୍ରମଣ ଓ ଅତ୍ୟାଚାର ଯୋଗୁଁ ସମଗ୍ର ରାଜ୍ୟରେ ଏକ ଭୟ ଓ ଅସନ୍ତୋଷ ର ବାତାବରଣ ସୃଷ୍ଟି ହୋଇଛି । ମହିଳାଙ୍କ ପ୍ରତି ନିର୍ଯାତନା ଓ ହିଂସା ବୃଦ୍ଧି ପାଇଛି । ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ପରି ଅପରାଧ ଘଟି ଚାଲିଛି । ଏହାର ପ୍ରତିବାଦରେ ରାଜ୍ୟର ମହିଳା ମାନଙ୍କୁ ସଂଗଠିତ କରି ଏହାର ଦୃଢ ପ୍ରତିବାଦ କରିବାଏହି ମହିଳା ଆକ୍ରୋଶ ଯାତ୍ରାର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

By amfnews

Related Post