Tue. Dec 24th, 2024

ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

By amfnews Aug 28, 2018 #Featured
210 Views

ରାଉରକେଲା, ୨୮ା୮ : ଗତ ୨୨ ତାରିଖରେ ରାଉରକେଲାରେ ଏକ ଦୈନିକ ଖବରକାଗଜରେ ମହିଳା ସାମ୍ବାଦିକ ଭାବେ କାର୍ଯ୍ୟରତ ସ୍ଥାନୀୟ ପ୍ରତିନିଧି ସଙ୍ଗୀତା ଜେନାଙ୍କୁ ଗ୍ଲେଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର ସତ୍ୱାଧିକାରୀଙ୍କ ସମେତ କର୍ମଚାରୀ ମାନେ ଅସଦାଚରଣ ପ୍ରଦର୍ଶନ କରିଥିବା ସାମ୍ବାଦିକ ଶ୍ରୀମତୀ ଜେନା ସ୍ଥାନୀୟ ଝିରପାଣି ଥାନାରେ ଏତଲା ଦେଇଥିଲେ । ଥାନାରେ ଏତଲା ଦେବାର ୬ ଦିନ ବିତି ସାରିଥିଲେ ସୁଦ୍ଧା ମହିଳା ସାମ୍ବାଦିକାଙ୍କୁ ନ୍ୟାୟ ନମିଳି ପାରିବା, ଝିରପାଣି ପୁଲିସ ପକ୍ଷରୁ ତଦନ୍ତ ପ୍ରକୀୟାରେ ଶିଥିଳତା ତଥା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ୫ ଜଣ ଗରିବ ଯୁବତୀଙ୍କୁ କମ୍ପାନୀ ପକ୍ଷରୁ ଠକେଇ ଘଟଣାରେ ସ୍ଥାନୀୟ ଝିରପାଣି ଥାନା ପୁଲିସର ଭୂମିକାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଆଜି ରାଉରକେଲାରେ କାର୍ଯ୍ୟରତ ସାମ୍ବାଦିକ ମାନେ ଏକତ୍ରୀତ ହୋଇ ପୂର୍ବାହ୍ନରେ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ପହଂଚି ଅତିରିକ୍ତ ଜିଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ସେହିପରି ଅନୁରୂପ ଭାବେ ସ୍ମାରକପତ୍ରର ଏକକିତା ନକଲ ରାଉରକେଲା ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରାଯାଇଥିଲା । ମହିଳା ସାମ୍ବାଦିକା ସଙ୍ଗୀତା ଜେନାକୁ ନ୍ୟାୟ ପ୍ରଦାନ କରିବା ସହ ଉକ୍ତ କମ୍ପାନୀ ବିରୋଧରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ମାନଙ୍କ ପକ୍ଷରୁ ଏସପି ଡ. ଉମାଶଙ୍କର ଦାଶଙ୍କୁ ଅନୁରୋଧ କରାଯାଇଥିଲା । ଏସପି ସମସ୍ତ ବିଷୟରେ ଅବଗତ ହେବା ପରେ ଏହି ଘଟଣାର ଆଇନ ଅନୁଯାୟୀ ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସୂଚନାଯୋଗ୍ୟଯେ, ଗତ ୨୨ ତାରିଖ ବୁଧବାର ମଧ୍ୟାହ୍ନ ସମୟରେ ଦୈନିକ ଓଡ଼ିଆ ଖବରକାଗଜ ସ୍ଥାନୀୟ ପ୍ରତିନିଧି ମହିଳା ସାମ୍ବାଦିକ ସଙ୍ଗୀତା ଜେନା ଏକ ଠକେଇ ଘଟଣାର ଅଭିଯୋଗ ପାଇ ଖବର ସଂଗ୍ରହ କରିବାକୁ ଝିରପାଣି ଥାନା ଅନ୍ତର୍ଗତ କୋଏଲନଗର ଡି-୧୬ରେ ଚାଲୁଥିବା ଗ୍ଲେଜ ଇଣ୍ଡିଆ ଟ୍ରେଡ଼ିଙ୍ଗ ପ୍ରାଇଭେଟ ଲିମିଟେଡ଼ର କାର୍ଯ୍ୟାଳୟକୁୁ ଅନ୍ୟ ଦୁଇ ଜଣ ସାମ୍ବାଦିକଙ୍କ ସହ ଯାଇଥିଲେ ।

ଜଣେ ସାମ୍ବାଦିକା ବୋଲି ନିଜକୁ ପରିଚୟ ଦେଇ ସେ କମ୍ପାନୀର ସତ୍ୱାଧିକାରୀଙ୍କୁ ଚାକିରୀ ଦେବା ପ୍ରଲୋଭନ ଦେଖାଇ ୫ ଜଣ ଯୁବତୀଙ୍କ ଠାରୁ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଅର୍ଥ ଆଦାୟ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ମାତ୍ର ସେହି ସମୟରେ ଉକ୍ତ କମ୍ପାନୀର ସତ୍ୱାଧିକାରୀ ଶୁଭେନ୍ଦୁ ପାତ୍ର ସାମ୍ବାଦିକାଙ୍କ ସହ ଅଭଦ୍ର ବ୍ୟବହାର ପ୍ରଦର୍ଶନ କରି ତାଙ୍କ ମୁହଁରେ ହାତ ମାରିଥିଲେ ବୋଲି ସାମ୍ବାଦିକା ଜଣଙ୍କ ଝିରପାଣି ଥାନାରେ ପରେ ଲିଖିତ ଅଭିଯୋଗ କରିଥିଲେ । କମ୍ପାନୀର ଅନ୍ୟ କର୍ମଚାରୀ ପାର୍ଥ ବେହେରା, ସିପେଶ ମଧ୍ୟ ସାମ୍ବାଦିକା ସଙ୍ଗୀତାଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରି ଅସଦାଚରଣ କରିଥିଲେ ବୋଲି ସେହି ସମୟରେ ସାମ୍ବାଦିକା ଶ୍ରୀମତୀ ଜେନାଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । କମ୍ପାନୀ କର୍ତୃପକ୍ଷ ଓ କର୍ମଚାରୀଙ୍କ ଦ୍ୱାରା ର୍ଦୁବ୍ୟବହାର ଓ ଅସଦାଚରଣର ଶୀକାର ହୋଇଥିବା ମହିଳା ସାମ୍ବାଦିକ ସଙ୍ଗୀତା ଜେନା ଓ ଗ୍ଲେଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ସତ୍ୱାଧିକାରୀଙ୍କ ଏତଲା ଝିରପାଣି ପୁଲିସ ରଖିଥିବା ବେଳେ, ପିଡ଼ୀତାଙ୍କ ଏତଲାକୁ ଗ୍ରହଣ କରିନଥିଲା ।

ଅପରପକ୍ଷରେ ଏହି ଘଟଣାକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା ଅସଦାଚରଣର ଶୀକାର ହୋଇଥିବା ମହିଳା ସାମ୍ବାଦିକଙ୍କର ( ଧାରା- ୧୬୧)ରେ ବୟାନ ରେକର୍ଡ ଝିରପାଣି ପୁଲିସ ପକ୍ଷରୁ କରାଯାଇନାହିଁ କିମ୍ବା ତଦନ୍ତ ପ୍ରକୀୟାରେ କୌଣସି ସୁଫଳ ମିଳିପାରିନଥିବାରୁ ସମ୍ପୃକ୍ତ ମହିଳା ସାମ୍ବାଦିକ ଓ ଠକେଇର ଶିକାର ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଆଜି ରାଉରକେଲାରେ କାର୍ଯ୍ୟରତ ସାମ୍ବାଦିକ ମାନେ ଏହି ଘଟଣା ସମ୍ପର୍କରେ ରାଉରକେଲା ଅତିରିକ୍ତ ଜିଲାପାଳ ମୋନିଷା ବାର୍ନାଜୀ ଓ ଆରକ୍ଷୀ ଅଧିକ୍ଷକ ଡ. ଉମାଶଙ୍କର ଦାଶଙ୍କୁ ସାକ୍ଷାତ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଆଲୋଚନା କରିଥିଲେ ।

ଏହି ଅବସରରେ ସାମ୍ବାଦିକ ମାନଙ୍କ ମଧ୍ୟରେ ପୀତବାସ ମିଶ୍ର,ଶିବଶରଣ ମିଶ୍ର,ଅରୁଣ କୁମାର ଦାଶ,ଜଟାଧାରୀ ମାଝୀ, ସଙ୍ଗୀତା ଜେନା, ବିଜ୍ଞ ରଂଜନ ମିଶ୍ର, ବିରଂଚି ନାରାୟଣ ପଟ୍ଟନାୟକ, ଶିବରାମ ପାତ୍ର, କୁଂଜ ବିହାରୀ ରାଉତ, ସନ୍ତୋଷ ସ୍ୱାଇଁ, ଦିଲୀପ ଶର୍ମା,ରାଜୁ ପାତ୍ର, ସୁନୀଲ ଝା,ବସନ୍ତ ଧଳ, ଗଦାଧର ସାହୁ, ସୁଦୀପ ଦେ, ଉମେଶ ସିଂ,ଗନ୍ଦୁର ଓରାମ, ଅମିତ ବାରା, ସୁବୋଧ ନାୟକ,ରଣଜିତ ବୋଷ,ସଂଗ୍ରାମ କେଶରୀ ନାୟକ, ସୁରଥ ବାରିକ, ହରିହର ପାତ୍ର, ହିତେନ୍ଦ୍ର ସାହି, ଡଲିରାଣୀ ବ୍ରହ୍ମା, ଦିନେଶ ମିଶ୍ର, , ଅନୀଲ ମହାନ୍ତି, ଧନେଶ୍ୱର ମହାନ୍ତି, ସତ୍ୟାନନ୍ଦ ବେହେରା,ବିବେକାନନ୍ଦ ଦାସ, ରାଜେନ୍ଦ୍ର ମିଶ୍ର, ସଂଜୟ କୁମାର ସାହୁ, ଓ. ପି. ସିଂ, ସୁବ୍ରତ ଜେନା, ବିଜୟ ପ୍ରଧାନ, ସତ୍ୟନାରାୟଣ ସାମଲ, ବାଣୀବ୍ରତ ଜେନା, ସରୋଜ ବେହେରାଙ୍କ ସମେତ ଅନ୍ୟ ସାମ୍ବାଦିକ ଉପସ୍ଥିତ ଥିଲେ ।

By amfnews

Related Post