Fri. Mar 6th, 2026

ମହିଳା ବିଜୁଜନତା ଦଳ ତରଫରୁ ମହିଳା ସମାବେଶ 

266 Views

ମାଲକାନଗିରି ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ବିଜୁଜନତା ଦଳ ତରଫରୁ ମହିଳା ସମାବେଶ ପୌର ପରିଷଦ ସ୍ଥାନୀୟ ନଗର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି , ଏଥିରେ ଜିଲ୍ଲା ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ପଦ୍ମିନୀ ମୁଦୁଲି ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ବିଧାୟକ ମାନସ ମାଡକାମି ଯୋଗ ଦେଇ  ମହିଳାମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ,ଗାଁ କଲ୍ୟାଣ ସମିତି ଓ  ରାଜ୍ୟ ଓଡିଶା ସରକାର ମା  ମାନଙ୍କୁ ସମସ୍ତ ଯୋଜନା ବିଷୟରେ ଉପସ୍ଥିତ ଥିବା ମହିଳାମାନଙ୍କୁ ଭାଷଣ ମାଧ୍ୟମରେ ଅବଗତ କରାଇଲେ  ।
ଏହି ମହିଳା ସମାବେଶରେ ମା ଘର ସଭାନେତ୍ରୀ ପ୍ରସାନ୍ତୀଲତା ବିଶୋଇ ,ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା ,ମହିଳା ନେତ୍ରୀ ତଥା ଜିଲ୍ଲା ପରିଷଦ ସଭ୍ୟା ଦହନା ତାଙ୍ଗୁଲ ,କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଓ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କ ପ୍ରତିନିଧି ରାଜେନ୍ଦ୍ର ଆଚାର୍ଯ୍ୟ ,ଜିଲ୍ଲା ପର୍ଯ୍ୟବେକ୍ଷକ ସୁଧୀର ଷଡଙ୍ଗୀ , ବ୍ଲକ ମହିଳା ସଭାନେତ୍ରୀ ମାୟାରାଣୀ ସରକାର ,ପୌର ପରିଷଦ ମହିଳା ସଭାନେତ୍ରୀ ଲଷ୍ମୀ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ,ମୁଖ୍ୟ ମନ୍ତ୍ରୀଙ୍କୁ ସ୍ୱାସ୍ଥ୍ୟ ବୀମା ଟଙ୍କା ବଢ଼େଇବାକୁ କହିଥିବା ମମତା ପଡ଼ିଆମୀ ମଧ୍ୟ ସମାବେଶରେ ଉପସ୍ଥିତ ଥିଲେ । ସମାବେଶରେ ଦୁଇ ହଜାର ରୁ ଉର୍ଦ୍ଧ୍ବ  ମହିଳା ଯୋଗ ଦେଇଥିଲେ ।

By amfnews

Related Post