Sun. Mar 8th, 2026

ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ଆଫଗାନିସ୍ତାନରେ ପରିଣତ କରି ଦେଇଛନ୍ତି

199 Views

କୋଲକାତା : ବିଜେପିର ପଶ୍ଚିମବବଙ୍ଗ ପ୍ରଦେଶ ଅଧ୍ୟକ୍ଷ ତଥା ସାଂସଦ ଦିଲୀପ ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ମମତା ପଶ୍ଚିମବବଙ୍ଗକୁ ଆଫଗାନିସ୍ତାନରେ ପରିଣତ କରି ଦେଇଛନ୍ତି। ଯେଉଁ ରାଜ୍ୟ କଳା,ସାହିତ୍ୟ,ଦର୍ଶନ,ସଂସ୍କୃତି ଓ ସ୍ୱାଧୀନତା ସଂଗ୍ରାମର ଚେତନା ଲାଗି ବିଖ୍ୟାତ ଥିଲା, ଆଜି ସେଠାରେ ରକ୍ତର ଖେଳ ଚାଲିଛି ବୋଲି ମଧ୍ୟ ସେ କହିଛନ୍ତି।

ଦିଲୀପ ଘୋଷ ପଶ୍ଚିମବଙ୍ଗର ସ୍ଥିତି ସଂପର୍କୀତ ଏକ ସମସାମାୟିକ ପତ୍ରିକାର ଉନ୍ମୋଚନ ଅବସରରେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ରାଜନୈତିକ ପରିବର୍ତ୍ତନ ନୁହେଁ ବରଂ ସାମାଜିକ ପରିବର୍ତ୍ତନର ସଂଘର୍ଷ ମଧ୍ୟ ହେଉଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦାର୍ଜିଳିଂକୁ ସୁଇଜରଲାଣ୍ଡ,ଦୀଘାକୁ ଗୋଆ ଓ କୋଲକାତାକୁ ଲଣ୍ଡନରେ ପରିଣତ କରିବେ, କିନ୍ତୁ ଆଜି ଏହି ରାଜ୍ୟର ସ୍ଥିତି ଆଫଗାନିସ୍ତାନ ଭଳି ହୋଇଯାଇଛି ବୋଲି ଦିଲୀପ ଘୋଷ କଟାକ୍ଷ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ସିନେ କଳାକାର,ଡ଼ାକ୍ତର,ଓକିଲ ଓ ସାମ୍ବାଦିକମାନେ ରାଜ୍ୟ ସରକାରଙ୍କ ଦ୍ୱାରା ଭୟଭୀତ ଅବସ୍ଥାରେ ଅଛନ୍ତି। ମମତା ବାନାର୍ଜୀ ସରକାର ଆଉ ବେଶି ଦିନ ତିଷ୍ଠିବ ନାହିଁ ସେ ବୋଲି ସେ କହିଛନ୍ତି।

By amfnews

Related Post