Sat. Mar 7th, 2026

ମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

331 Views

ନୂଆଦିଲ୍ଲୀ: ସଂସଦରେ ଶୀତକାଳୀନ ଅଧିବେଶନ ଚାଲିଛି। ପ୍ରଶ୍ନକାଳ ସମୟରେ ଅନେକ କେନ୍ଦ୍ରମନ୍ତ୍ରୀ ଅନୁପସ୍ଥିତ ଥିଲେ ବୋଲି ସୂଚନା ମିଳିଛି। ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେଉଥିବା ବେଳେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଅନୁପସ୍ଥିତ ରହିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର ଅପରାହ୍ନରେ କେନ୍ଦ୍ର କ୍ୟାବିନେଟ ବୈଠକ ପରେ ସଂସଦର ଦୁଇଟି ସଦନରେ କ୍ୟାବିନେଟ ମନ୍ତ୍ରୀ ଅନୁପସ୍ଥିତ ଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏକ ରିପୋର୍ଟ ଯାଇଛି। ଏହା ପରେ ସମସ୍ତ ମନ୍ତ୍ରୀଙ୍କୁ ପ୍ରଶ୍ନକାଳରେ ଉପସ୍ଥିତ ରହିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଶ୍ନକାଳ ସଂସଦର ଏକ ଅଭିନ୍ନ ଅଙ୍ଗ। ଏହି ସମୟରେ ଅନେକ ପ୍ରସଙ୍ଗ ଉଠାଇଥାନ୍ତି ସାଂସଦମାନେ। ଉଭୟ କ୍ୟାବିନେଟ୍ ଏବଂ ରାଜ୍ୟ ମନ୍ତ୍ରୀ ମାନେ ସାଂସଦଙ୍କ ଦ୍ୱାରା ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସରକାରଙ୍କ ବିଚାରକୁ ସଂସଦରେ ଉପସ୍ଥାପନ କରିବାକୁ ସୁଯୋଗ ମିଳିଥାଏ। ଏହାଦ୍ୱାରା ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିଚାର ଓ ଆଭିମୁଖ୍ୟ ବାବଦରେ ଦେଶବାସୀ ଅବଗତ ହୋଇଥାନ୍ତି। ତେଣୁ ପ୍ରଶ୍ନକାଳ ସମୟରେ ମନ୍ତ୍ରୀମାନେ ଉପସ୍ଥିତ ରହିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

By amfnews

Related Post