Sat. Mar 7th, 2026

ମନ୍ତ୍ରୀ ହୋଇଥିବାରୁ ମତେ ଇନ୍ଧନ ଦର ବୃଦ୍ଧି ବାଧୁନି: ରାମଦାସ ଆଥାଓ୍ଵାଲେ

286 Views

ନୂଆଦିଲ୍ଲୀ  : ମନ୍ତ୍ରୀ ହୋଇଥିବାରୁ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ବୃଦ୍ଧି ତାଙ୍କୁ ପ୍ରଭାବିତ କରୁନି ବୋଲି କହି କେନ୍ଦ୍ର ମନ୍ତ୍ରୀ ରାମ ଦାସ ଆଥାଓ୍ଵାଲେ ବିବାଦର ସୂତ୍ରପାତ କରିଛନ୍ତି। ଜୟପୁର ଗସ୍ତ କାଳରେ ଆଥାଓ୍ଵାଲେ କହିଲେ, ମୁଁ ଜଣେ ମନ୍ତ୍ରୀ ହୋଇଥିବାରୁ ଇନ୍ଧନ ଦର ବୃଦ୍ଧି ମୋତେ ବାଧୁନାହିଁ। ଯଦି ମନ୍ତ୍ରୀ ପଦ ହରାଏ ମୋତେ ବାଧିବ।

ଇନ୍ଧନ ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତା ହଟହଟା ହେଉଛନ୍ତି ବୋଲି ମନ୍ତ୍ରୀଙ୍କ କହିବା ତାତ୍ପର୍ଯ୍ୟ ବୋଲି ସେ ସ୍ୱୀକାର କରିଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଆଥାଓ୍ଵାଲେ କହିଲେ, ଇନ୍ଧନ ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଦୁର୍ଦ୍ଦଶା ବଢୁଛି ବୋଲି ବୁଝି ହେଉଛି। ଦର ହ୍ରାସ କରିବା ସରକାରଙ୍କ କର୍ତ୍ତବ୍ୟ।

ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆର ନେତୃତ୍ୱ ନେଉଥିବା ଆଥେଓ୍ଵାଲା ଆହୁରି ଆଶ୍ୱାସନା ଦେଇଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏ ସମସ୍ୟାର ସମାଧାନ ନିମନ୍ତେ କାର୍ଯ୍ୟ କରୁଛି। ରାଜ୍ୟ ସରକାର ଯଦି ଟିକସ କାଟନ୍ତେ ତେବେ ଇନ୍ଧନ ମୂଲ୍ୟ କମା ଯାଇ ପାରନ୍ତା। ଏହି ସମସ୍ୟା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ସହ କାମ କରୁଛନ୍ତି।

By amfnews

Related Post