Tue. Mar 10th, 2026

ଭୁବନେଶ୍ୱରରେ ଫାଟିଲା ଭୂତଳ ପାଇପ୍‌ :୪୦ ଫୁଟ ଉପରକୁ ପାଣି ଉଠିବାରୁ ଲୋକେ ଆତଙ୍କିତ!

135 Views

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ସୋମବାର ମଧ୍ୟାହ୍ନରେ ଏକ ଭୂତଳ ପାଇପ୍‌ ଅଚାନକ ଫାଟିବାରୁ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଆତଙ୍କିତ ହୋଇପଡ଼ିଥିବାର ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ମଞ୍ଚେଶ୍ୱରସ୍ଥିତ ଉତ୍କଳ ମୋଟର୍ସରୁ ଆଦିତ୍ୟ ବିର୍ଲା ରାସ୍ତାରେ ଏହି ଅଭାବନୀୟ ଘଟଣା ଘଟିଛି। ଭୂତଳ ପାଇପ୍‌ ଫାଟିବାରୁ ଏଥିରୁ ନିଷ୍କାସିତ ହେଉଥିବା ପାଣି ପ୍ରାୟ ୪୦ ଫୁଟ୍‌ ଉଚ୍ଚକୁ ଉଠିଥଲା। ଏହି ଘଟଣା ଦିନ ୧୨ଟା ୨୦ ମିନିଟ୍‌ ସମୟରେ ଆରମ୍ଭ ହୋଇଥିବା ବେଳେ ଏଯାବତ୍‌ କୌଣସି ସରକାର ଅଧିକାରୀ ପହଞ୍ଚିନାହାଁନ୍ତି। ସେହି ରାସ୍ତା ଜଳମଗ୍ନ ହୋଇଛି। ପାଖରେ ବିଦ୍ୟୁତ ଖୁଣ୍ଟି ଥିବାରୁ ଆହୁରି ବିପଦ ସୃଷ୍ଟି କରୁଛି।

ଅନ୍ୟମାନେ ଏହି ଦୃଶ୍ୟକୁ ଦେଖି ଲୋକେ ଆନନ୍ଦିତ ହେଉଛନ୍ତି। କେତେକ ସେଲଫି ନେଇଥିବାର ଏବଂ କେତେକ ଭିଡିଓ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଥିଲା। ଏହି ଖବର ପ୍ରସାରିତ ହେବାପରେ ରାସ୍ତାରେ ଏବେ ଭିଡ଼ ପରିଲକ୍ଷିତ ହୋଇଥିଲା। ରିେପୋର୍ଟ ଲେଖା ବେଳକୁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

By amfnews

Related Post