Sat. Nov 23rd, 2024

ଭିନ୍ନକ୍ଷମଙ୍କ ବିକାଶ ପ୍ରଚାରରେ ସୀମିତ

By amfnews Dec 4, 2018 #Featured
270 Views

ଯାଜପୁର, ଡିସେମ୍ବର ୦୪ : ଦିବ୍ୟାଙ୍ଗ ମାନେ ନିଜସ୍ୱ ଅର୍ନ୍ତନିହିତ ପ୍ରତିଭାର ବିକାଶ ଦ୍ୱାରା ଆତ୍ମ ନିର୍ଭରଶୀଳ ହୋଇ ପ୍ରତିଷ୍ଠା ଲାଭ କରିବାକୁ ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଆହ୍ୱାନ ଦେଇଚ୍ଥନ୍ତି । ହେଲେ ପ୍ରଶାସନିକ ଅଧିକାରୀମାନଙ୍କ ଇଛାଶକ୍ତିର ଅଭାବ ପାଇଁ ଶହ ଶହ ସଂଖ୍ୟାରେ ଭିନ୍ନକ୍ଷମ କୌଣସି ସୁବିଧା ସୁଯୋଗ ପାଉନାହାନ୍ତି । ଏପରିକି କେତେକ ଭିନ୍ନକ୍ଷମଙ୍କୁ ସରକାରଙ୍କ ବ୍ୟବସ୍ଥା ଅନୁସାରେ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିବା ପରେ ବି ପ୍ରଶାସନ ତରଫରୁ ତଦନ୍ତ ମଧ୍ୟ କରାଯାଉ ନାହିଁ । ଧର୍ମଶାଳା ବ୍ଲକର ଗୋଡିପାଟିଆ ଗ୍ରାମର ଜଣେ ଭିନ୍ନକ୍ଷମଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଥର ଆସିଥିବା ନିର୍ଦ୍ଦେଶକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଓ ଧର୍ମଶାଳା ବି.ଡି.ଓ ଚାପି ଦେଇଥିବାର ଜଣାପଡିଛି ।

ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ମୋମବାର ସମଗ୍ର ଶିକ୍ଷା ଓ ଜିଲ୍ଳ୍ା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଳ୍ା ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟ ସରକାର ଦିବ୍ୟାଙ୍ଗଙ୍କ ପାଇଁ ଅନେକ ଯୋଜନା କରିଚ୍ଥନ୍ତି ଓ ସେମାନେ ମଧ୍ୟ ତାହାକୁ ଊପଯୋଗ କରୁଚ୍ଥନ୍ତି, ତେବେ ନିଜର ଆତ୍ମ ପ୍ରତିଷ୍ଠା ଓ ସ୍ୱତନ୍ତ୍ର ପରିଚୟ ପାଇଁ ସେମାନେ ଉଦ୍ୟମ କରିବା ଊଚିତ ବୋଲି କହିଥିଲେ । ଦିବ୍ୟାଙ୍ଗ ମାନେ ଦୟାର ପାତ୍ର ନୁହଁନ୍ତି । ସେମାନଙ୍କ ହକ୍ ପାଇଁ ସରକାରୀ ବ୍ୟବସ୍ଥା ସହ ସ୍ୱେଚ୍ଚ୍ଥସେବୀ ସଂଗଠନର ଭୂମିକା ଦାୟିତ୍ୱପୂର୍ଣ୍ଣ ବୋଲି ମତ ଦେଇ ଦିବ୍ୟାଙ୍ଗ ମାନଙ୍କର ଏକ ଡାଟା ବେସ୍ ପ୍ରସ୍ତୁତ ପାଇଁ ପରାମର୍ଶ ଦେଇଥିଲେ ।

୍ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ଯୋଗଦେଇ ଦିବ୍ୟାଙ୍ଗ ମାନେ ଯେ କୈାଣସି ସକ୍ଷମଙ୍କ ଠାରୁ ମଧ୍ୟ ଅଧିକ କ୍ରିୟାଶୀଳ ବୋଲି ମତ ଦେଇ ନିଜ ପ୍ରତିଭାର ବିକାଶ ହିଁ ସେମାନଙ୍କୁ ଊଚିତ ସମ୍ମାନ ପ୍ରଦାନ କରିବା ସଂପର୍କରେ ଆଲୋକପାତ କରିଥିଲେ । ଉପ-ଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ଦିବ୍ୟାଙ୍ଗମାନେ ଭିନ୍ନକ୍ଷମ ନୁହଁନ୍ତି ବରଂ ଭିନ୍ନ ଭାବେ ସେମାନେ ନିଜ ଦକ୍ଷତାତ୍କ ପ୍ରଦର୍ଶନ କରିପାରୁଚ୍ଥନ୍ତି ବୋଲି ସୂଚନା ଦେଇ ସେମାନଙ୍କ ଦାୟିତ୍ୱ, ଅଧିକାର ସଂପର୍କରେ ସଚେତନ ହେବାକୁ ଆହ୍ୱାନ ଦେଇଥିଲେ ।

ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ସାମାଜିକ ସୁରକ୍ଷା ଅଧିକାରୀ ଅମିତା ମିଶ୍ର, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗଙ୍କ ସୁରକ୍ଷା, ନିରାପତ୍ତା ଓ ଯୋଜନାର ସପଂଳ ରୂପାୟନ ସଂପର୍କରେ ଆଲୋକପାତ କରିଥିଲେ । ଜିଲ୍ଳ୍ା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର ସ୍ୱାଗତ ଭାଷଣ ଦେବାସହ ସଭା ପରିଚାଳନା କରିଥିଲେ । ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀଧର ସାହୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ସରକାରୀ ବ୍ୟବସ୍ଥା ଓ ସେମାନଙ୍କ କର୍ତ୍ତବ୍ୟ ସଂପର୍କରେ ସୂଚନା ଦେଇଥିଲେ ।

ଏହି ଅବସରରେ ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ଦିବ୍ୟାଙ୍ଗଙ୍କୁ ବିବାହ କରିଥିବାରୁ ଗୋଟିଏ ଦମ୍ପତିକୁଂ ୫୦ ହଜାର ଟଂକାର ସହାୟତା ପ୍ରଦାନ କରିଥିଲେ । ପରେ ଟ୍ରାଇ ସାଇକେଲ, କ୍ରେଚ, ଆଶାବାଡି ଓ ଅନ୍ୟାନ୍ୟ ଦିବ୍ୟାଙ୍ଗ ଉପକରଣ ମୁଖ୍ୟ ଅତିଥି ଦିବ୍ୟାଙ୍ଗ ମାନକୁଂ ପ୍ରଦାନ କରିଥିଲେ । ଜିଲ୍ଳ୍ାର ୧୯୦୯୬ ଜଣ ଦିବ୍ୟାଙ୍ଗକୁଂ ଭତ୍ତା, ୧୭୫୪ ଜଣ ଚ୍ଥାତ୍ର ଚ୍ଥାତ୍ରୀକୁଂ ଶିକ୍ଷା ବୃତ୍ତି, ୫୪୧୯୫ ଜଣକୁଂ ପ୍ରମାଣ ପତ୍ର, ୪୨୫୮ଙ୍କୁ ଭିନ୍ନକ୍ଷମ ଉପକରଣ, ୨୧୦୨ ଜଣକୁଂ ବସ୍ ପାଶ୍ ଓ ୧୦୫ ଜଣକୁଂ ରେଳ ପାଶ୍ , ୧୧୯ ସ୍ୱୟଂ ସହାୟକ ଗୋଷ୍ଠୀକୁଂ ଆର୍ଥିକ ସହାୟତା, ୪୮ ଜଣକୁଂ ବିବାହ ସହାୟତା, ୨୪ ଜଣକୁଂ ମାଗଣା ଲାପଟପ୍, ୫୨ ଜଣକୁଂ ଧନ୍ଦା ମୂଳକ ତାଲିମ ପ୍ରଦାନ କରାଯାଇଚ୍ଥି ବୋଲି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଥିଲ ।

ଶେଷରେ ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ବନ୍ଦନା ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଭିନ୍ନକ୍ଷମ କଳାକାର ସତ୍ୟବ୍ରତ ସାହୁ, ସାଗରିକା ସାହୁ, ସାଇ ସେଲିନା ବିଶ୍ୱାଳ, ତ୍ରିନାଥ ନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପୂର୍ବାହ୍ନରେ ସଚେତନତା ସୃଷ୍ଟି ଊଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ରାମ ମନ୍ଦିର ଠାରୁ ବାହାରି ସଂସ୍କୃତି ଭବନ ଠାରେ ପହଞ୍ଚିଥିଲା । ଏଥିରେ ଜିଲ୍ଳ୍ା ଶିକ୍ଷା ବିଭାଗ, ସମଗ୍ର ଶିକ୍ଷା ବିଭାଗ ଓ ସାମାଜିକ ସୁରକ୍ଷା ବିଭାଗର କର୍ମକର୍ତ୍ତା ମାନେ ଯୋଗଦେଇ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

By amfnews

Related Post