246 Views
କେବଳ ସାତଭାୟାରେ ୫୦ ହଜାରରୁ ଅଧିକ ବିଦେଶୀ ପକ୍ଷୀ ଭିଡ ଜମାଇଛନ୍ତି। ପୁରୀ କୃଷ୍ଣପ୍ରସାଦରେ ବାର୍ଡଫ୍ଲୁ ସନ୍ଧାନ ମିଳିବା ପରେ ଭିତରକନିକା ଅ˚ଚଳରେ ବାର୍ଡଫ୍ଲୁକୁ ନେଇ ସ୍ଥାନୀୟ ଅ˚ଚଳରେ ଆତଙ୍କ ସୃଷ୍ଟି ହୋଇଛି। ରାଜନଗର ପଶୁଚିକିତ୍ସା ଅଧିକାରୀ ପତିତପାବନ ବଳ, ସହକାରୀ ପଶୁଚିକିତ୍ସା ଅଧିକାରୀ ଦେବୀ ପ୍ରସାଦ କୁଣ୍ତ ଭିତରକନିକାର ମଠଆଡିଆ, ବଗଗହନ ସମେତ ଡାଙ୍ଗମାଳ, ଖମାରସାହି, ନଳିତାପାଟିଆ, ପେଣ୍ଠ, ସୁନ୍ଦରୀପାଳ ଅ˚ଚଳରୁ ନମୁନା ସ˚ଗ୍ରହ କରିଛନ୍ତି। ଭିତରକନିକାରୁ ରୁଡିସେଲଡକ, ବାରହେଡେଡଗିଜ୍, ନଦ୍ଦିନପିନଟେଲ, ୟୁରେସିଆନଉଇଡିଅନ ପ୍ରଭୃତି ପକ୍ଷୀଙ୍କ ଠାରୁ ୧୮୦ଟି ସେରମ ନମୁନା ସ˚ଗ୍ରହ କରାଯାଇଛି। ୧୮ଟି ପକ୍ଷୀଙ୍କ ପାଟିର ଲାଳ ନମୂନା ସ˚ଗ୍ରହ କରାଯାଇଥିବା ବେଳେ ୧୮ ପକ୍ଷୀଙ୍କ ମଳଦ୍ବାର ମଧୢରୁ ମଳ ସ˚ଗ୍ରହ କରାଯାଇଛି। ସେହିପରି ମାଟିରେ ପଡିଥିବା ମଳର ୮୦ଟି ଓ ପକ୍ଷୀମାନେ ବସୁଥିବା ଜଳାଶୟର ୧୮ଟି ନମୁନା ସ˚ଗ୍ରହ କରାଯାଇଛି। ଏହିଭଳି ମୋଟ ୩୧୪ଟି ନମୁନା ସଂଗ୍ରହ କରାଯାଇଛି।