Mon. Mar 9th, 2026

ଭାରସାମ୍ୟ ହରାଇ ଓଲଟିଲା ଟାଟା ମେଜିକ୍‌, ୪ ମୃତ ଓ ୧୦ରୁ ଅଧିକ ଗୁରୁତର

239 Views

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ୩୨୬ ନମ୍ବର ଜାତୀୟ ରାଜପଥ ସଲପ ପଦର ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟାଟା ମେଜିକ୍‌ ଭାରସାମ୍ୟ ହରାଇ ରାସ୍ତାକୁ ଓଲଟି ପଡ଼ିଥିଲା। ଫଳରେ ୪ ଜଣଙ୍କ ମୃତ୍ୟ ଘଟିଥିବା ବେଳେ ୧୦ରୁ ଊର୍ଧ୍ୱ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ମୃତକମାନେ ପାଙ୍ଗାମ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ଡ୍ରାଇଭରଙ୍କ ଭୁଲ ନା ଅନ୍ୟ କୌଣସି କାରଣ ହେତୁ ଘଟିଛି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା

By amfnews

Related Post