Sun. Mar 8th, 2026

ଭାରପ୍ରାପ୍ତ ଡିଜିଭାବେ ଦାୟିତ୍ୱ ଗ୍ରହଣ କରିଲେ ବିଜୟ କୁମାର ଶର୍ମା

167 Views

କଟକ  : ଆଜି କଟକଠାରେ ଥିବା ରାଜ୍ୟ ପୁଲିସ ମୁଖ୍ୟାଳୟରେ ଭାରପ୍ରାପ୍ତ ଡିଜିଭାବେ ବିଜୟ କୁମାର ଶର୍ମା  ଦାୟିତ୍ୱ ଗ୍ରହଣ କରିଛନ୍ତି।  ସେ ଡ଼ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୬ ବ୍ୟାଚର ଏହି ଆଇପିଏସ୍ ଅଧିକାରୀ ବିଜୟ କୁମାର ଶର୍ମା ପୂର୍ବରୁ ରାଜ୍ୟ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ଲୋକାୟୁକ୍ତ ସଦସ୍ୟ ଭାବେ ଡିଜିପି ଡ଼ ଆର.ପି ଶର୍ମାଙ୍କୁ ନିଯୁକ୍ତି ମିଳିବା ପରେ ତାଙ୍କ ସ୍ଥାନରେ କିଏ ଡିଜିପି ପଦ ସମ୍ଭାଳିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଡ଼ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ କରାଯିବାରୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ । ଏହାପରେ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସ୍ଥାନରେ ବି କେ ଶର୍ମାଙ୍କୁ ପୁଲିସ ଡିଜିପି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

By amfnews

Related Post