Sun. Mar 8th, 2026

ଭାରତୀୟ ପୁରୁଷ ବୁଢ଼ା ହୁଅନ୍ତି ନାହିଁ:ପୂଜା ଭଟ୍ଟ

531 Views

ମୁମ୍ବାଇ, ଜାନୁଆରୀ ୧୩ : ଅଭିନେତ୍ରୀ ନିର୍ଦ୍ଦେଶିକା ପୂଜା ଭଟ୍ଟ ଖୁବ୍‌ ଶୀଘ୍ର ‘ସଡକ୍‌-୨’ ଜରିଆରେ ବଲିଉଡକୁ ଫେରୁଛନ୍ତି। ଏଥିରେ ତାଙ୍କୁ ଜଣେ ବୟସ୍କ ମହିଳା ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସଂଜୟ ଦତ୍ତଙ୍କ ବିପକ୍ଷରେ ନଜର ଆସିବେ ଆଲିଆ ଭଟ୍ଟ।


ଏହି ଫିଲ୍ମର ପ୍ରସ୍ତୁତି ସମୟରେ ପୂଜା ଭଟ୍ଟ ଏକ କଥା କହି ହଟଚମଚ ସୃଷ୍ଟି କରିଛନ୍ତି। ପୂଜା ଭଟ୍ଟ କହନ୍ତି ଯେ,ବଲିଉଡରେ ପୁରୁଷମାନେ କେବେ ବି ବୁଢ଼ା ହୁଅନ୍ତି ନାହିଁ। ସେମାନେ ଯୁବକ ରହନ୍ତି। ଚାଳିଶି ବର୍ଷରେ ପହଞ୍ଚିବା ବେଳକୁ ଏଠି ମହିଳାମାନଙ୍କୁ କାମ ମିଳେ ନାହିଁ,ମାତ୍ର ପୁରୁଷମାନଙ୍କୁ ସେଥିରେ କିଛି ଅସୁବିଧା ହୋଇ ନଥାଏ।ଏବେ ବି ପଚାଶ ବର୍ଷରୁ ଅଧିକ ବୟସର ଭାରତୀୟ ପୁରୁଷମାନେ ହିରୋ ହେଉଛନ୍ତି ପରଦାରେ। କିନ୍ତୁ ମହିଳାଙ୍କ କ୍ଷେତ୍ରରେ ତାହା ଘଟୁ ନାହିଁ। ବଲିଉଡରେ କମ୍‌ ବୟସର ନାୟିକାମାନଙ୍କୁ ମାଆ ଭୂମିକା ନିଭାଇବାକୁ ଦିଆଯାଉଛି ବୋଲି ପୂଜା ଭଟ୍ଟ କହିଛନ୍ତି। ପୂଜା ନିଜେ ବି ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ସିନେମା ‘ଜଖ୍‌ମ’ରେ ଅଜୟ ଦେବଗନଙ୍କ ମାଆ ଭୂମିକା ନିଭାଇଥିଲେ। ଏହି ଭୂମିକା କାହାଣୀର ଆବଶ୍ୟକତା ଥିଲା ବୋଲି କହିଛନ୍ତି।

By amfnews

Related Post