Sun. Mar 8th, 2026

ଭାରତରେ ପହଞ୍ଚିଲେ ଟ୍ରମ୍ପ, ସାଙ୍ଗରେ ସମ୍ପୂର୍ଣ୍ଣ ପରିବାର

147 Views

ନୂଆଦିଲ୍ଲୀ : ଆଜି ବିଶ୍ୱର ସର୍ବ ପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟଙ୍କୁ ଭେଟିବାକୁ ଅହମଦାବାଦ ପହଞ୍ଚିଛନ୍ତି। ସେ ଏୟାରଫୋର୍ସ ୱାନ୍‌ ଯୋଗେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେ ପହଞ୍ଚିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭାରତ ଆସୁଛନ୍ତି। ଏହାକୁ ନେଇ ଭାରତରେ ଯେତିକି ଉତ୍ସାହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସେତିକି ବ୍ୟାକୁଳ। ସମ୍ଭବତଃ ଆଗକୁ ଆମେରିକାରେ ନିର୍ବାଚନ ଥିବାରୁ ବିରାଟ ଜନସମାବେଶ ସାମ୍ନାରେ ପତିଆରା ଦେଖାଇବା ପାଇଁ ଏହାଠାରୁ ବଡ଼ ସୁଯୋଗ କିଛି ହୋଇନପାରେ।

ଏହାର ବ୍ୟାକୁଳତାର ଏକ ଉଦାହରଣ ସ୍ୱରୂପ ଟ୍ରମ୍ପ ଆଜି ହିନ୍ଦୀରେ ଏକ ଟ୍ୱିଟ୍‌ କରିଛନ୍ତି। ଅହମଦାବାଦରେ ପହଞ୍ଚିବାର କିଛି ସମୟ ପୂର୍ବରୁ ହିଁ ସେ ଏପରି ଟ୍ୱିଟ୍‌ କରିଛନ୍ତି। ସେ ଏଥିରେ ଲେଖିଛନ୍ତି, “ମୁଁ ଭାରତ ଆସିବାକୁ ତତ୍ପର ହେଉଛି। ମୁଁ ଏବେ ରାସ୍ତାରେ ଅଛି, କିଛି ଘଣ୍ଟା ପରେ ସମସ୍ତଙ୍କ ସହ ଦେଖା ହେବ।” ପ୍ରତିକ୍ରିୟାରେ ଏହି ଟ୍ୱିଟ୍‌କୁ ରିଟ୍ୱିଟ୍‌ କରି ମୋଦି ଲେଖିଛନ୍ତି, ଅତିଥି ଦେବୋ ଭବଃ। ଅର୍ଥାତ ଅତିଥି ଆମ ପାଇଁ ଦେବତା। ଏହା ପୂର୍ବରୁ ମୋଦି ଲେଖିଥିଲେ, ଭାରତ ଆପଣଙ୍କ ପହଞ୍ଚିବା ଅପେକ୍ଷାରେ।

By amfnews

Related Post