Sun. Mar 8th, 2026

ଭାରତ ଶରଣାର୍ଥୀଙ୍କ ରାଜଧାନୀ ହେବନି, ସୁପ୍ରିମକୋର୍ଟଙ୍କୁ କହିଲା କେନ୍ଦ୍ର

248 Views

ନୂଆଦିଲ୍ଲୀ  : ଆସାମ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍‌ସ(ଏନ୍‌ଆରସି) ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କଡ଼ା ଆଭିମୁଖ୍ୟ ରଖିଛନ୍ତି। ଏନ୍‌ଆରସି ତାଲିକା ଜୁଲାଇ ୩୧ ସୁଦ୍ଧା ଚୂଡ଼ାନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ବୃଦ୍ଧି କରିବାକୁ ଆଜି ଉଭୟ କେନ୍ଦ୍ର ଓ ଆସାମ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍‌ ଆରଏଫ୍‌ ନରିମନଙ୍କ ଖଣ୍ଡପୀଠଙ୍କ ଆଗରେ ପକ୍ଷ ରଖିଥିଲେ। ସେ କହିଥିଲେ, “ବେଆଇନ୍‌ ଅନୁପ୍ରବେଶକାରୀଙ୍କ ସ୍ଥାନ ଭାରତରେ ନାହିଁ। ଭାରତ କେବେ ହେଲେ ବିଶ୍ୱର ଶରଣାର୍ଥୀଙ୍କ ରାଜଧାନୀ ହେବନାହିଁ।”

ବାଂଲାଦେଶ ସୀମାନ୍ତରେ ଥିବା ଅଧିକାଂଶ ଲୋକଙ୍କୁ ବେଆଇନ ଭାବେ ଏନ୍‌ଆରସିରେ ସାମିଲ କରାଯାଇଛି। ସ୍ଥାନୀୟ ଅଫିସରଙ୍କ ତ୍ରୁଟି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶୁଣାଣି ବେଳେ କହିଥିଲେ। ସଲିସିଟର ଜେନେରାଲଙ୍କ ଅନୁରୋଧ କ୍ରମେ ସୁପ୍ରିମକୋର୍ଟ ଏନ୍‌ଆରସି ରି-ଭେରିଫିକେସନ୍‌ ଆବେଦନର ଶୁଣାଣିକୁ ମଙ୍ଗଳବାର ଯାଏ ସ୍ଥଗିତ ରଖିଛନ୍ତି।

By amfnews

Related Post