Sun. Jun 8th, 2025

ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ଦିନିକିଆ : ପ୍ରାଥମିକ ବ୍ୟାଟିଂ ବିପର୍ଯ୍ୟୟ, ୪ ଓ୍ଵିକେଟ୍‌ ହରାଇ ୮୦ ରନ୍‌ କରିଛି ଭାରତ

By amfnews Feb 3, 2019 #Fetured
444 Views

ନୂଆଦିଲ୍ଲୀ: ରବିବାର ସକାଳେ େଓ୍ଵଲିଙ୍ଗ୍‌ଟନ୍‌ ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ମ ଦିନିକିଆ  କ୍ରିକେଟ୍‌ ମ୍ୟାଚ୍‌ରେ ଭାରତ ୮୦ ରନ୍‌ କରି ୪ଟି ଓ୍ଵିକେଟ୍‌ ହରାଇଛି। ମାତ୍ର ୧୮ ରନରେ ୪ଟି ଓ୍ଵିକେଟ୍‌ ହରାଇଥିଲା ଭାରତ। ଏହାପରେ ଆମ୍ବତି ରାଇଡୁ ଓ ବିଜୟ ଶଙ୍କର କ୍ରିଜକୁ ଆସି ପରିସ୍ଥିତି ସୁଧାରିବାର ପ୍ରୟାସ ଜାରି ରଖିଛନ୍ତି।

ଅଧିନାୟକ ରୋହିତ ଶର୍ମା ଟସ୍‌ ଜିଣିବା ପରେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।

ନ୍ୟୁଜିଲାଣ୍ଡର ମ୍ୟାଟ୍‌ ହେନରିଙ୍କ ବଲ୍‌ରେ ପ୍ରଥମେ  ରୋହିତ ଶର୍ମା ଆଉଟ୍‌ ହୋଇ ଯାଇଥିଲେ। ତା’ପରେ ପଡ଼ିଥିଲା ଶିଖର ଧାଓ୍ଵନ୍‌ଙ୍କ ଉଇକେଟ୍‌। ସେ ମଧ୍ୟ ମ୍ୟାଟ୍‌ ହେନ୍‌ରିଙ୍କ ବଲ୍‌ରେ ଥାର୍ଡ ମ୍ୟାନ୍‌ଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଛନ୍ତି। ତାଙ୍କ ପଛକୁ ଶୁବମନ ଗିଲ୍‌ଙ୍କ ଓ୍ଵିକେଟ୍‌ ପଡ଼ିଥିଲା। ହାମିଲ୍‌ଟନ୍‌ଙ୍କ ବଲ୍‌ରେ ସେ ସର୍ଟ ଓଭର୍‌ରେ ସାଣ୍ଟର୍‌ଙ୍କୁ ଚମତ୍କାର କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ପରେ ପରେ ଏମ୍‌ ଏସ୍‌ ଧୋନି ବୋଲ୍‌ଡ୍‌ ଆଉଟ୍‌ ହୋଇଯାଇଛନ୍ତି।

୨୩.୫  ଓଭର୍‌ ସୁଦ୍ଧା ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍‌ ଆମ୍ବତି ରାଇଡୁ ୫୨ ଟି ବଲ୍‌ ଖେଳି ୨୫ ରନ୍‌ ଓ ବିଜୟ ଶଙ୍କର ୪୬ ବଲ୍‌ ଖେଳି ୨୯ ରନ୍‌ କରି କ୍ରିଜରେ ଅଛନ୍ତି।

ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ୍ (ଅଧିନାୟକ), ହେନରି ନିକୋଲ୍ସ, କଲିନ୍ ମୁନ୍‌ରୋ, ରସ୍ ଟେଲର, ଟମ୍ ଲାଥାମ, କଲିନ୍ ଡି ଗ୍ରାଣ୍ଢୋମେ, ଜେମ୍ସ ନିସାମ, ଡଗ୍ ବ୍ରାସୱେଲ/ ମିଚେଲ ସାଣ୍ଟନର, ଟଡ୍ ଆସଲେ, ମ୍ୟାଟ୍ ହେନରି/ ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ।

By amfnews

Related Post