Wed. Mar 19th, 2025

ବଡ଼ ଆତଙ୍କୀ ହମ୍‌ଲା ଯୋଜନା ପଣ୍ଡ କଲା ପଞ୍ଜାବ ପୁଲିସ୍‌

By amfnews Sep 23, 2019 #Featured
156 Views

ନୂଆଦିଲ୍ଲୀ   : ରବିବାର ଏକ ବଡ଼ ଆତଙ୍କବାଦୀ ହମ୍‌ଲା ଉଦ୍ୟମକୁ ପଣ୍ଡ କରିଛି ପଞ୍ଜାବ ପୁଲିସ୍‌। ପାକିସ୍ତାନ ଏବଂ ଜର୍ମାନୀରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନର ସମର୍ଥନରେ ମୁଣ୍ଡ ଟେକିଥିବା ଖଲିସ୍ତାନ ଜିନ୍ଦାବାଦ୍‌ ଫୋର୍ସ ପଞ୍ଜାବରେ ସିରିଜ୍‌ ଆକ୍ରମଣ ପାଇଁ ଯୋଜନା ଚଲାଇଥିଲା। ପୁଲିସ୍‌ ଅଧିକାରୀମାନେ ଏହି ଆତଙ୍କବାଦୀଙ୍କଠାରୁ ଏକେ-୪୭ ରାଇଫଲ୍‌, ପିସ୍ତଲ, ସ୍ୟାଟେଲାଇଟ୍‌ ଫୋନ୍‌ ଏବଂ ହ୍ୟାଣ୍ଡ ଗ୍ରେନେଡ୍‌ ଆଦି ଜବତ କରିଥିଲେ।

ଏହି ମାମଲାର ଗମ୍ଭୀରତା ବୁଝିପାରି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ମାମଲା ଏନ୍‌ଆଇଏକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଡ୍ରୋନ୍‌ ବ୍ୟବହାର କରି ଅସ୍ତ୍ର ଏବଂ ସ୍ୟାଟେଲାଇଟ୍‌ ଫୋନ୍‌ ନବା ଆଣିବା କରାଯାଇଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି, ଆଗକୁ କୌଣସି ବିପଦ ଅଛି କି ନା ନିଶ୍ଚିତ କରିବା ପାଇଁ ବାୟୁ ସେନା ଏବଂ ବିଏସ୍‌ଏଫ୍‌ ମଧ୍ୟ ପଦକ୍ଷେପ ନିଅନ୍ତୁ।

ଡିଜିପି ଡିଙ୍କର ଗୁପ୍ତା କହିଛନ୍ତି, ଏହି ଅସ୍ତ୍ର ସବୁ ଭାରତ-ପାକିସ୍ତାନ ସୀମା ଦେଇ ଆସିଥାଇପାରେ। ପାକିସ୍ତାନର ଆଇଏସ୍‌ଆଇ, ପ୍ରାୟୋଜିତ ଜିହାଦୀ ଏବଂ ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଏପରି କରାଇଥାପାରନ୍ତି। ଗୁପ୍ତା ଆହୁରି ମଧ୍ୟ କହିଛନ୍ତି ନିକଟ ଭବିଷ୍ୟତରେ କଶ୍ମୀରରେ ଯେଉଁ ପଦକ୍ଷେପ ନିଆଯାଇଛି, ସେହି କାରଣରୁ ଜମ୍ମୁ-କଶ୍ମୀର ଏବଂ ପଞ୍ଜାବ ସହ ବିଭିନ୍ନ ସ୍ଥାନରେ ଅନୁପ୍ରବେଶ ବଢ଼ିଛି।

ଡିଜିପି ଗୁପ୍ତା କହିଛନ୍ତି, ପାକିସ୍ତାନରେ ରହୁଥିବା ରଣଜିତ ସିଂହ ଓରଫ ନୀତା ଏବଂ ତା’ର ଜର୍ମାନୀ ସହଯୋଗୀ ଗୁରମୀତ ସିଂହ ଓରଫ ବାଗା ଏହି ଷଡ଼ଯନ୍ତ୍ର ରଚିଥିଲେ। ସେମାନେ ସ୍ଲିପର ସେଲ୍‌ଙ୍କ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ପ୍ରବର୍ତ୍ତାଇ ଏହି କାମରେ ଲଗାଇବାର ଥିଲା। ସେମାନଙ୍କ ପାଇଁ ଟଙ୍କା ଯୋଗାଡ଼ ସହ ଅସ୍ତ୍ର ପଠାଯିବାର ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଆଜି ବଲ୍‌ୱନ୍ତ ସିଂହ ଓରଫ ବାବା, ନିହାଙ୍ଗ, ଆକାଶଦୀପ ସିଂହ ଓରଣ ଆକାଶଦୀପ ରାନ୍ଧୱାଙ୍କୁ ଗିରଫ କରାଯାଇଛି। ଉଭୟ ଆକାଶଦୀପ ଏବଂ ବାବା ନାମରେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି। ଅମୃତସର ଜେଲ୍‌ରେ ଥିବା ସମୟରେ ଗୁରୁପ୍ରୀତ ସିଂହର ସହଯୋଗୀ ମାନ୍‌ ସିଂହ ଆକାଶଦୀପକୁ ଏହି ଆତଙ୍କବାଦୀ ସଂଗଠନରେ ସାମିଲ କରିଥିଲା।

By amfnews

Related Post