Thu. Jun 12th, 2025

ବୋହୂକୁ ବାହା ହେବା ଲାଗି ପୁଅକୁ ମାରି ତା’ ଶବକୁ ଖଣ୍ଡ ଖଣ୍ଡ କଲେ ୬୨ ବର୍ଷିୟ ପଞ୍ଜାବୀ ବ୍ୟକ୍ତି

By amfnews Feb 14, 2019 #Featured
277 Views

ଫରିଦକୋଟ: ମଙ୍ଗଳବାର ରାତିରେ ୪୦ ବର୍ଷିୟ ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ଫରିଦକୋଟର ଜାଇତୁ ସବ୍‌-ଡିଭିଜନ୍‌ ଅନ୍ତର୍ଗତ ଦାବ୍ରି ଖାନା ଗ୍ରାମର ଜଣେ ୬୨ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଜଣଙ୍କର କୁଆଡ଼େ ମୃତ ପୁତ୍ରଙ୍କର ପତ୍ନୀଙ୍କ ସହ ଅବୈଧ ସମ୍ପର୍କ ଥିଲା।

ପୁଅ ରାଜଓ୍ଵିନ୍ଦର ସିଂହ ତା’ କୋଠରିରେ ଶୋଇଥିବା ସମୟରେ ଅଭିଯୁକ୍ତ ଛୋଟା ସିଂହ ତାଙ୍କୁ ଗୋଟାଏ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ସେ ପୁଅର ଶବକୁ ଖଣ୍ଡ ଖଣ୍ଡ କରି କାଟି ପ୍ଲାଟିକ୍‌ ମୁଣାରେ ପୂରାଇ ନର୍ଦ୍ଦମାରେ ଫିଙ୍ଗି ଦେଇଥିଲେ।

ପୁଲିସ କହିବା ଅନୁସାରେ, ସେ ଏ ସବୁ ଫିଙ୍ଗିବାକୁ ଗଲାବେଳେ ତାଙ୍କ ପୁତୁରା ଗୁରୁଚରଣ ସିଂହଙ୍କ ନିଦ ଭାଙ୍ଗିଗଲା। ଘରେ ରକ୍ତ ଛିଟା ଦେଖି ସେ ଜାଣିଲେ କି, ଛୋଟା ରାଜଓ୍ଵିନ୍ଦର୍‌ଙ୍କୁ ହତ୍ୟା କରିଛନ୍ତି। ତୁରନ୍ତ ସେ ତାଙ୍କୁ କାବୁ କରି ପୁଲିସରେ ଦେଇଥିଲେ। ମୃତ ରାଜଓ୍ଵିନ୍ଦର୍‌ଙ୍କ ବଡ଼ଭାଇ ରାଜଓ୍ଵିର୍‌ ସିଂହ ୧୨ ବର୍ଷ ତଳେ ଯଶବୀର କୌର୍‌ଙ୍କୁ ବିଭା ହୋଇଥିଲେ ଓ ସେମାନଙ୍କର ଦୁଇଟି ପିଲା ଅଛନ୍ତି।

ଯଶବୀରଙ୍କ ସହ ଅବୈଧ ସମ୍ପର୍କ ଥିବା ଅଭିଯୋଗରୁ ବାପା ଛୋଟା ଓ ପୁଅ ମଧ୍ୟରେ ଶତ୍ରୁତା ଥିଲା ଦୁଇ ମାସ ତଳେ ଯଶବୀରଙ୍କ ଲାଗି ଅଭିଯୁକ୍ତ ଫରିଦକୋଟ୍‌ ସହରରେ ଗୋଟିଏ ଘର ଭଡ଼ା ନେଇଥିଲେ। ଛୋଟାଙ୍କର ପତ୍ନୀ ମଧ୍ୟ ଯଶବୀରଙ୍କ ସାଙ୍ଗରେ ରହୁଥିଲେ ବୋଲି ଜଣାପଡ଼ିଛି। ଛୋଟା ଯଶବୀରଙ୍କୁ ବିବାହ କରିବାକୁ ଯୋଜନା କରୁଥିବା କଥା ପୁଲିସ କହିଛି।

By amfnews

Related Post