Thu. Dec 26th, 2024

ବୋନସ ନେଇ ରାଉରକେଲା ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ଆସୋସିଏସନର ନକାରାତ୍ମକ ପଦକ୍ଷେକୁ ବିରୋଧ

By amfnews Nov 19, 2018 #Featured
111 Views

ରାଉରକେଲା, ୧୯ା୧୧  : ରାଉରକେଲାରେ କାର୍ଯ୍ୟରତ ଗ୍ୟାସ ଡେଲିଭରି ବୟ ଓ ମେକାନିକ ଆସୋସିଏସନର ଏକ ସଭା ନେତାଜୀ ସୁବାଷ ବୋଷ ରାକ୍ଟଠାରେ ମହେନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଯୋଗ ଦେଇ ସାଧାରଣ ସମ୍ପାଦକ ରମେଶ ବଳ ଦୁର୍ଗାପୂଜା ପୂର୍ବରୁ ବୋନସ୍ ଓ ଏକ୍ସଗ୍ରାସିଆ ଦେବା ପାଇଁ ଆସୋସିଏସନର ଦାବି ୮.୩୩% ଆଧାରରେ ଦେବାକୁ କୁହାଯାଇଥିବା ବେଳେ ମାଲିକମାନେ ଏକତରଫା ଭାବେ ୨ ହଜାର ଟଙ୍କା ଘୋଷଣା କରି ଏକାଉଣ୍ଟକୁ ପଠାଇବା ଗ୍ରହଣଯୋଗ୍ୟ ନୁହେଁ ବୋଲି ପ୍ରକାଶ କରିଥିଲେ ।

ଯେପର୍ଯ୍ୟନ୍ତ ନ୍ୟାୟୋଚିତ ବୋନସ ଓ ରାଜ୍ୟ ସରକାରଙ୍କ ବର୍ଦ୍ଧିତ ଦରମା ଯାହା ନଭେମ୍ବର ମାସରେ ମିଳିବାକୁ ଅଛି ତୁରନ୍ତ ଡିଷ୍ଟ୍ରିବ୍ୟୁଟରମାନେ ବର୍ଦ୍ଧିତ ଦରମା ଦେବାକୁ ପ୍ରସ୍ତାବ ରଖିଥିଲେ, ଯାହା ସର୍ବସମ୍ମତିକ୍ରମେ ପାରିତ ହୋଇଛି । ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଏହି କର୍ମଚାରୀଙ୍କ ଶୋଷଣ ବିରୁଦ୍ଧରେ ଉପଦେଷ୍ଟା ବ୍ୟାସଦେବ ନାଥ ଆଇନ୍ ଅନୁଯାୟୀ ଲଢେଇ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ ।

ବର୍ତ୍ତମାନ ସୁଦ୍ଧା ଇଏସ୍ଆଇ, ପିଏଫ୍ ଏବଂ ସଠିକ୍ କାର୍ଯ୍ୟରତ କର୍ମଚାରୀଙ୍କ ତଥ୍ୟ ଦେବାକୁ ସମ୍ପାଦକ ସାମୁଏଲ୍ ହରିପାଲ, ଶରତ ଜେନା, ବାବଲୁ ଯାଦବ ପ୍ରମୁଖ ମତ ଦେଇଥିଲେ । ବୈଠକରେ କାର୍ତ୍ତିକ ବାଗ, ବିପିନ ବିହାରୀ ବାରିକ, ଯୁଗଳ ବେହେରା, ଅଜୟ ପାତ୍ର, ରାମୁଲା ପାତ୍ର, ବିପିନ ସୁନା, ଜିତେନ୍ଦ୍ର ହରିପାଲ, ଚୈତନ୍ୟ ନାଗ, ଦିଲୀପ ତନ୍ତୀ, କୃଷ୍ଣ ରାଉତ, କୃଷ୍ଣ ପାତ୍ର, ରାଜୁ ବଡାଇକ ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post