Sat. Mar 7th, 2026

ବେକରେ ଫାଶି ଲଗାଇ ଝିଆରିର ଆତ୍ମହତ୍ୟା, ଦାଦା ଗୁରୁତର

260 Views

ଯାଜପୁର , ନଭେମ୍ବର ୧୯ : ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରି ଫାଣ୍ଡି ର ଜରି ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ବେକରେ ଫାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସମ୍ପର୍କୀୟ ଦାଦା- ଝିଆରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ଝିଆରିଙ୍କର ମୃତ୍ୟୁ ଘଟିିଥିବା ବେଳେ ଯେଉଁ ରଶିରେ ଫାଶି ଲାଗାଇଥିଲେ ତାହା ଛିଡ଼ିଯିବାରୁ ତଳେ ପଡ଼ି ଦାଦା ଗୁରୁତର ଭାବେ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନୀର ମଲ୍ଲିକ ନାମକ ଜଣେ ଯୁବକ ଓ ତାଙ୍କ ଝିଆରି କୌଣସି କାରଣରୁ ନିଜ ଘର ଭିତରେ ବେକରେ ଫାଶି ଳଗାଇ ଆତ୍ମହତୃା ଉଦ୍ୟମ କରିଥିଷ।ଳ ନୀର ଘରର ବାଉଁଶ ଓରାରେ ଯେଉଁ ରଶିରେ ଫାଶି ଲଗାଇଥିଲେ ତାହା ଛିଡ଼ି ଯାଇଥିଲା।। ତେଣୁ ସେ ତଳେ ପଡ଼ି ଆହତ ହୋଇଥିଲେ। ଲୋକେ ଖବର ପାଇ ତାଙ୍କୁ ପୁଲିସରେ ଜିମା ଦେଇଥିବା ବେଳେ ଆର ଘରେ ତାଙ୍କ ଝିଆରିଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post