Sat. Nov 2nd, 2024

ବୁଲନ୍ଦସହର ହିଂସା: ଇନସପେକ୍ଟର ସୁବୋଧ ସିଂହ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

By amfnews Dec 28, 2018 #Featured
250 Views

ମେରଠ, ଡିସେମ୍ବର ୨୮ : ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ବୁଲନ୍ଦସହରରେ ଗୋରୁ ଚାଲାଣକୁ ନେଇ ଉପୁଜିଥିବା ହିଂସା ସମୟରେ ଇନସପେକ୍ଟର ସୁବୋଧ ସିଂହଙ୍କୁ ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗୁରୁବାର ବିଳମ୍ବିତ ରାତ୍ରିରେ ଗିରଫ କରିଛି । ବରିଷ୍ଠ ପୋଲିସ ଅଧିକାରୀ (ଏସଏସପି) ବୁଲନ୍ଦସହର ପ୍ରଭାକର ଚୌଧରୀ କହିଛନ୍ତି, ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ନଟ ଗିରଫ ହୋଇଛି । ପୋଲିସ ଅଧିକାରୀ କହିଛନ୍ତି, ପ୍ରଶାନ୍ତ ଥିଲା ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ । ଘଟଣା ସଂପର୍କରେ ପ୍ରଶାନ୍ତକୁ ପୋଲିସ ପଚରାଉଚରା କରୁଛି । ହତ୍ୟାକାଣ୍ଡରେ ବ୍ୟବହୃତ ରିଭଲଭର ଏପର୍ଯ୍ୟନ୍ତ ଜବତ ହୋଇ ନାହିଁ ।

View image on Twitter

ANI UP

@ANINewsUP

Prashant Natt, an accused in case, was arrested yesterday

ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଆତ୍ମରକ୍ଷା ପାଇଁ ଇନସପେକ୍ଟର ଗୁଳି କରିଥିଲେ, ଯେଉଁଥିରେ କି ସୁମିତ ନାଁରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ସୁମିତଙ୍କ ବୟସ ପାଖାପାଖି ୨୦ ବର୍ଷ ହେବ । ପୋଲସ ସୂତ୍ର ଅନୁସାରେ ସିସିଟିଭି ଭିଡିଓ ଫୁଟେଜ ଏବଂ କିଛି ଲୋକଙ୍କ ସାକ୍ଷ୍ୟକୁ ଅଧାରକରି ପ୍ରଶାନ୍ତ ବାବଦରେ ସୂଚନା ମିଳିଥିଲା । ବୁଲନ୍ଦସହର ହିଂସା ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୨୨ ଜଣ ଲୋକଙ୍କୁ ଗିରଫ କରିଛି । ସେହିଭଳି ୬ ଜଣ ଲୋକ ଅଦାଲତଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଇନସପେକ୍ଟର ହତ୍ୟା ମାମଲାରେ ପୋଲିସକୁ ଚିଙ୍ଗରାଭଠିର ପ୍ରଶାନ୍ତ ନଟ ଉପରେ ସନ୍ଦେହ ଥିଲା । ହିଂସା ପରେ ପ୍ରଶାନ୍ତ ଏବଂ ତା’ର ପରିବାର ଗାଁରୁ ଫେରାର ହୋଇ ଯାଇଥିଲେ । ସୂଚନାଯୋଗ୍ୟ ପ୍ରଶାନ୍ତ ନଟ ନ୍ୟାୟାଳୟରେ ଆତ୍ମସମର୍ପଣ ପାଇଁ ଆବେଦନ କରିଥିଲା ।

By amfnews

Related Post