Fri. Mar 6th, 2026

ବୀଭତ୍ସ ହତ୍ୟାକାଣ୍ଡ ଘଟାଇ, ଅଭିଯୁକ୍ତ ପୂଜକଙ୍କ ଆତ୍ମସମର୍ପଣ

283 Views

କଟକ/ନରସିଂହପୁର: କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ଥାନା ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡା ବନ୍ଧ ନିକଟରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ମୁଣ୍ଡ ଗଣ୍ଡି ଅଲଗା ଅବସ୍ଥାରେ ଗ୍ରାମର ସରୋଜ ପ୍ରଧାନ(୫୦)ଙ୍କ ମୃତ ଦେହ ଉଦ୍ଧାର କଲା ପୁଲିସ। ଅଭିଯୁକ୍ତ ବନ୍ଧହୁଡା ବ୍ରାହ୍ମଣୀ ଦେଇ ମନ୍ଦିର ପୂଜକ ସଂସାରୀ ଓଝା (୭୨)ଗତକାଲି ବିଳମ୍ବିତ ରାତିରେ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି।
ଏହାପରେ ନରସିଂହପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏଣେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ମଧ୍ୟ ପହଞ୍ଚି ତଦନ୍ତ ଜାରି ରଖିଛି।

ତେବେ ଅଭିଯୁକ୍ତଙ୍କ କହିବା ଅନୁଯାୟୀ ଗତକାଲି ରାତିରେ ସରୋଜଙ୍କ ସହ ତାଙ୍କର ବଳି ଦେବା କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସେ ଏକ ଧାରୁଆ ଅସ୍ତ୍ରରେ ସରୋଜଙ୍କୁ ଆକ୍ରମଣ କରିଥିଲେ ବୋଲି ସଂସାରୀ ଓଝା କହିଛନ୍ତି। କିନ୍ତୁ ଏହାକୁ ସହଜରେ କେହି ବିଶ୍ବାସ କରୁ ନାହାନ୍ତି। ଏହି ବିଭତ୍ସ ହତ୍ୟାକାଣ୍ଡରେ ଅନ୍ୟ କେହି ସଂପୃକ୍ତ ଥିବାର ଆଲୋଚନା ହେଉଛି ଏହି ଅଞ୍ଚଳରେ।

By amfnews

Related Post