Sat. Mar 7th, 2026

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ମିଳୁନି ରଥକାଠ, ଅକ୍ଷମତା ପ୍ରକାଶ କଲା ଦଶପଲ୍ଲା ବନାଞ୍ଚଳ

312 Views

ଦଶପଲ୍ଲା : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତା ଜାନୁଆରି ୭ ତାରିଖ ଦିନ ଗଣିଆ ବଡ଼ମୂଳସ୍ଥିତ ମା’ ବଡ଼ ରାଉଳଙ୍କ ପୀଠରେ ପୂଜାପାଠ କରାଯାଇ ରଥକାଠ ଅନୁକୂଳ ହେବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଦଶପଲ୍ଲା ବନାଞ୍ଚଳରେ ଆବଶ୍ୟକ ସଂଖ୍ୟକ ରଥକାଠ ନଥିବା ନେଇ ଆଜି ବନବିଭଗର ଏକ ବୈଠକରେ ଆଲୋଚନା ହୋଇଛି। ଶ୍ରୀ ମନ୍ଦିର ପ୍ରଶାସନ ତାଲିକା ମୁତାବକ ଚଳିତ ବର୍ଷ ଦଶପଲ୍ଲା ବନାଞ୍ଚଳରୁ ଆବଶ୍ୟକ ସଂଖ୍ୟକ ରଥକାଠ ଯୋଗାଇ ଦିଆଯାଇ ପାରିବ ନାହିଁ ବୋଲି ଜଣାପଡ଼ିଛି। କେବଳ ସରସ୍ବତୀ ପୂଜାରେ ରଥ ଅନୁକୂଳ ପାଇଁ ୨ ଟ୍ରିପ୍ ୧୨ ଫୁଟ୍‌ ଓ ୨୦ ଫୁଟ୍‌ ଲମ୍ବର ଧଉରା ଏବଂ ଅସନ କାଠ ଯୋଗାଇ ଦେବାକୁ ଥିବା ବେଳେ ଅଳ୍ପ ସଂଖ୍ୟକ ୪୦ ଫୁଟିଆ କାଠ ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିବା ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୋମନାଥ ନାୟକ କହିଛନ୍ତି। ରାଜ୍ୟ ସରକାର ‘ମୋ ସରକାର’ରେ ‘୫-ଟି’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହିକ୍ରମରେ ଏସିଏଫ୍ ଅରବିନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ଆଜି ଦଶପଲ୍ଲା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ‘୫-ଟି’ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଗାମୀ ରଥଯାତ୍ରା ପାଇଁ ରଥକାଠ ଯୋଗାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା।

By amfnews

Related Post