Sun. Mar 8th, 2026

ବିମାନରେ ର‍୍ୟାପ୍‌ ଗାଇ ସୁରକ୍ଷା ସୂଚନା ଦେଲେ ଆଟେଣ୍ଡାଣ୍ଟ୍‌

321 Views

ଲସ୍‌ ଆଞ୍ଜେଲ୍‌ସ: ଅନେକ ବିମାନରେ ଆପଣ ଯାତ୍ରା କରିଥିବେ। ବିମାନରେ ଥିବା ଆଟେଣ୍ଡାଣ୍ଟ୍‌ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସୂଚନା ଦେଉଥିବାର ଦେଖିବାକୁ ପାଇଥିବେ। ମାତ୍ର ଜଣେ ଦକ୍ଷିଣ-ପୂର୍ବ ବିମାନର ଆଟେଣ୍ଡାଣ୍ଟ୍‌ ଯେଉଁଭଳି ଭାବେ ମନୋରଞ୍ଜନ କରି ଯାତ୍ରୀଙ୍କୁ ସଚେତନ କରାଇଛନ୍ତି ତାହା ଏବେ ବେଶ୍‌ ଚର୍ଚ୍ଚା ପାଲଟିଛି।

ଆଟେଣ୍ଡାଣ୍ଟ୍‌ଙ୍କର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଦେଖିବାକୁ ମିଳିଛି ଯେ ଆଟେଣ୍ଡାଣ୍ଟ୍‌ ଜଣକ ର‍୍ୟାପ୍‌ ଗାଇ ଯାତ୍ରୀମାନଙ୍କୁ ସୁରକ୍ଷା ସୂଚନା ଦେଉଛନ୍ତି। ଏହି ଆଟେଣ୍ଡାଣ୍ଟ୍‌ ଜଣକ ହେଉଛନ୍ତି ଆଡ୍‌ଲେ। ସେ ପ୍ରଥମେ ସାଧାରଣ ଭାବେ ଯାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ପରେ ସେ ଅଚାନକ ର‍୍ୟାପ୍‌ ଗାଇ ସୂଚନା ଦେବା ଆରମ୍ଭ କରିଥିଲେ।

ତାଙ୍କର ଏପରି ର‍୍ୟାପ୍‌ ଗାଇବା ଦେଖି ବିମାନରେ ଥିବା ଯାତ୍ରୀମାନେ ଚିକିତ ହୋଇ ଯାଇଥିଲେ। ଆଟେଣ୍ଡାଣ୍ଟ୍‌ ଜକ ଯାତ୍ରୀଙ୍କ ମନୋରଞ୍ଜନ କରାଇ ସୂଚନା ଦେଉଥିବା ବେଳକର ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ ରୋବର୍ଟ ଷ୍ଟାଟର୍ଣ୍ଣ। ରୋବର୍ଟ ସେହି ବିମାନରେ ଲସ୍‌ ଆଞ୍ଜଲ୍‌ସରୁ ସଲ୍ଟ ଲେକ୍‌ ସିଟି ଯାଉଥିଲେ। ଏ ସଂପର୍କରେ ଗଣମାଧ୍ୟମରେ କଥା ହୋଇ ରୋବର୍ଟ କହନ୍ତି ସେ ପୂର୍ବରୁ ଏପରି ବିମାନ କେବେ ଦେଖି ନଥିଲେ।

By amfnews

Related Post