ୟମନ,ଡିସେମ୍ବର 31 : ୟମନର ଦକ୍ଷିଣୀ ସହରର ଅଦନ ଏୟାରପୋର୍ଟ ରେ ବଡଧରଣର ବିସ୍ଫୋରଣ ଘଟିଛି। ଯାହାଫଳରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୬୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଘଟଣାସ୍ଥଳରେ ଲାଗିଥିବା ସିସଟିଭି ଫୁଟେଜରୁ ଜଣାଯାଇଛି, ସରକାରୀ ପ୍ରତିନିଧି ଦଳ ବିମାନରୁ ବାହାରି ଯିବା ପରେ ହିଁ ବିସ୍ଫୋରଣ ହୋଇଛି। ପରେ ପରେ ଆଉ ଏକ ବିସ୍ଫୋରଣ ଏକ ବଡ କୋଠା ନିକଟରେ ହୋଇଥିଲା ।
ତେବେ ଏହି ପ୍ରତିନିଧି ଦଳ ମଧ୍ୟରୁ କେହି ମୃତାହତ ହୋଇ ନାହାନ୍ତି।ଏହି ବିସ୍ଫୋରଣ କିପରି ହେଲା କେହି ଜାଣିନଥିବା ବେଳେ ଏହାପାଇଁ କୌଣସି ସଂଗଠନ ନିଜକୁ ଏଥିପାଇଁ ଦାୟୀ କରିନାହାନ୍ତି। ସେନା ଏବଂ ସୁରକ୍ଷାକର୍ମୀ ବିସ୍ଫୋରଣ ହୋଇଥିବା ଆଖପାଖ ଅଞ୍ଚଳକୁ ସିଲ କରି ଦେଇଛନ୍ତି। ଅଦନ ସ୍ୱାସ୍ଥ୍ୟ କାର୍ୟ୍ୟାଳୟ ଉପ ପ୍ରମୁଖ ମହମ୍ମଦ ଅଲ ରୋଓବିଦ୍ କହିଛନ୍ତି, ଏହି ବିସ୍ଫୋରଣରେ ଅତି କମ୍ରେ ୧୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।