Tue. May 13th, 2025

ବିପର୍ଯ୍ୟୟ ଏଡ଼ାଇବାରେ ସହାୟକ ହେଲା ଚୀନ୍‌ର ବନ୍ୟା ସତର୍କ ସୂଚନା

By amfnews Oct 22, 2018 #Featured
275 Views

ନୂଆଦିଲ୍ଲୀ: ଭାରତ ସହ ଚୀନ୍‌ ବନ୍ୟା ସଂକ୍ରାନ୍ତ ସୂଚନା ସେୟାର୍‌ କରିବାରୁ ଅରୁଣାଚଳ ପ୍ରଦେଶ ଏବଂ ଆସାମରେ ବନ୍ୟା ପରିସ୍ଥିତି ଟାଳି ହେଲା। ଠିକଣା ସମୟରେ ବନ୍ୟା ସୂଚନା ମିଳିବାରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଓ ସାବଧାନତା ଅବଲମ୍ବନ କରିବା ନିମନ୍ତେ କେନ୍ଦ୍ରୀୟ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷମାନେ ସମୟ ପାଇଲେ।

ଭାରତ ଓ ଚୀନ୍‌ ସେନାଙ୍କ ମଧ୍ୟରେ ଡୋକଲାମ୍‌ ଠାରେ ଅଚଳାବସ୍ଥା ସୃଷ୍ଟି ହେବାରୁ ଗତବର୍ଷ ଚୀନ୍‌ ଭାରତକୁ ଜଳ ସୂଚନା ପ୍ରଦାନ କରି ନ ଥିଲା। ଫଳରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ବନ୍ୟାର ପୂର୍ବାଭାସ ଦେବା ନିମନ୍ତେ କେନ୍ଦ୍ରୀୟ ଜଳ କମିସନ ପ୍ରତି କଠିନ ହୋଇଥିଲା।

ଏ ବର୍ଷ ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍‌ ଗସ୍ତରେ ଯାଇ ବୁଝାମଣା ପତ୍ର ସ୍ୱାକ୍ଷର କରିବା ପରେ ଏ ବର୍ଷ ଉଭୟ ଦେଶ ପୁଣି ତଥ୍ୟ ଆଦାନ ପ୍ରଦାନ କରିଛନ୍ତି। ମେ ୧୫ ରୁ ଅକ୍ଟୋବର ୧୫ ଯାଏଁ ଜଳ ସଂକ୍ରାନ୍ତ ତଥ୍ୟ ସେୟାର୍‌ କରିବା ନିମନ୍ତେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଶେଷ ତାରିଖ ଅକ୍ଟୋବର ୧୫ ପରେ ମଧ୍ୟ ଚୀନ୍‌ ଭାରତ ସହ ତଥ୍ୟ ସେୟାର୍‌ କରିଛି। କାରଣ ଭୂସ୍ଖଳନ ଯୋଗୁଁ ୟାର୍‌ଲଙ୍ଗ୍‌ ଜାଙ୍ଗ୍‌ପୋ ବା ବ୍ରହ୍ମପୁତ୍ର ନଦୀର ମୁଖ୍ୟ ଧାରା ଅବରୋଧ ହେବାରୁ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି କେନ୍ଦ୍ରୀୟ ଜଳ କମିସନ ଅଧ୍ୟକ୍ଷ ଏସ୍‌ ମାସୁଦ ହୁସେନ୍‌ ରବିବାର ଦିନ କହିଛନ୍ତି।

By amfnews

Related Post