Mon. Nov 25th, 2024

ବିନା ସୁଧରେ ମହିଳା ଗୋ‌ଷ୍ଠୀଙ୍କୁ ଋଣ

By amfnews Jan 6, 2019 #Featured
????????????????????????????????????
174 Views

ପୁରୀ , ଜାନୁଆରୀ ୬ : ସଂସଦ ଓ ବିଧାନସଭାରେ ୩୩% ଆସନ ସଂରକ୍ଷଣ ଦାବି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପୂର୍ବରୁ ମହିଳା କାର୍ଡ େଖଳିବା ସଙ୍କେତ େଦଇଥିଲେ। ୨୦୧୯ ନୂଆ ବର୍ଷରେ ନୂଆ ଢଙ୍ଗରେ ମଇଦାନକୁ ଓହ୍ଲାଇ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ତାଙ୍କ ପ୍ରତିବଦ୍ଧତା ପ୍ରକଟ କରିବାକୁ େଢର୍ ଉଦ୍ୟମ କରିଛନ୍ତି। ମୟୂରଭଂଜ ଜିଲ୍ଲାର ବାରିପଦା ସହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ପାଇଁ ପ୍ରସ୍ତୁତ େହଉଥିବା ବେଳେ ପୁରୀଠାରେ ଆୟୋଜିତ ରାଜ୍ୟସ୍ତରୀୟ ମିସନ୍‌ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଲାଗି ବିନା ସୁଧରେ ଋଣ ଦେବାକୁ ଘୋଷଣା କରିଛନ୍ତି। ଏଣିକି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ‌ନେଉଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ ଆଉ ସୁଧ ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଏଥିପାଇଁ ମହିଳା ଗୋଷ୍ଠୀଗୁଡ଼ିକୁ ୧ ପ୍ରତିଶତ ହାରରେ ସୁଧ ଦେବାକୁ ପଡୁଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ବାରା ରାଜ୍ୟର ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହେବେ।

କେବଳ ସେତିକି ନୁହେଁ, ଉଲ୍ଲେଖନୀୟ କଥା େହଲା, ସଭାସ୍ଥଳରେ ତିନି ଜଣ ବରିଷ୍ଠ ମନ୍ତ୍ରୀ, ୪ ଜଣ ବିଧାୟକ ଓ ଦୁଇ ଜଣ ସାଂସଦ ଉପସ୍ଥିତ ଥିଲେ। ହେଲେ ଭାଷଣ ପାଇଁ କାହାକୁ ସୁେଯାଗ ଦିଆଯାଇନଥିଲା। ବରଂ ମୁଖ୍ୟମନ୍ତ୍ରୀ ଆଜି ମହିଳାଙ୍କ ଠାରୁ ଶୁଣିବାକୁ ଚାହିଁଥିଲେ। ତିନିଜଣ ମହିଳା ଜଣକ ପରେ ଜଣେ ବକ୍ତବ୍ୟ ରଖିବା ପରେ ମୁଖ୍ୟମନ୍ତ୍ରୀ ମାତ୍ର ତିନିଟି ଧାଡ଼ିରେ ବିନା ସୁଧରେ ଋଣ େଘାଷଣା ପରିପ୍ରେକ୍ଷୀରେ ମା’ମାନେ ଖୁସି କି ନାହିଁ ପଚାରିଥିଲେ ଓ ସେ ନିଜେ ଖୁସି ଥିବା ଜଣାଇଥିଲେ।

ଆଜି ପୁରୀ ସଭାରେ ମୁଖ୍ୟମନ୍ତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଇଁ ୪ଟି ଆର୍ଥିକ ପ୍ରୋତ୍ସାହନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ। ଏପ୍ରିଲ୍‌ ୨୦୧୭ ପରଠାରୁ ନୂତନ ଭାବେ ଗଠିତ ତିନି ଲକ୍ଷ ମହିଳା ଗୋଷ୍ଠୀଙ୍କ ନିଜସ୍ବ ପାଣ୍ଠି ବୃଦ୍ଧି ପାଇଁ ସିଡ୍‌ ମନି ବାବଦରେ ୧୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଥିଲା। ଏହି କ୍ରମରେ ପୁରୀ ଜିଲ୍ଲାର ୧୪,୬୪୮ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୨୨ କୋଟି ଟଙ୍କା ଦିଆଯାଇଥିବା ବେଳେ ସମଗ୍ର ରାଜ୍ୟରେ ୩ ଲକ୍ଷ ଗୋଷ୍ଠୀଙ୍କୁ ୪୫୦ କୋଟି ଟଙ୍କା ସିଡ୍‌ ମନି ଦିଆଯିବ।

ସେହିଭଳି ସ୍ମାର୍ଟ ଫୋନ୍‌ ପାଇଁ ପୁରୀ ଜିଲ୍ଲା‌ର ୧୭, ୬୨୪ ଗୋଷ୍ଠୀକୁ ୫,୨୯ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଡିଜିଟାଲ ସଶକ୍ତୀକଣ ମାଧ୍ୟମରେ ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୮୦ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ସହିତ ବ୍ଲକ୍‌ସ୍ତରରେ ଗଠନ ହୋଇଥିବା ମହାସଂଘଗୁଡିକୁ ସୁଦୃଢ଼ କରିବା ପାଇଁ ୨୫ ଲକ୍ଷ ଟଙ୍କା ଲେଖା‌ ସହାୟତା ରାଶି ପ୍ରଦାନ କରାଯିବ। ଏ ବାବଦରେ ପୁରୀ ଜିଲ୍ଲାର ୧୨ଟି ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖା ଦିଆଯାଇଛି। ଏହି ଅର୍ଥ ସିଧାସଳଖ ସ୍ବୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତାରେ ଜମା କରାଯିବ।

କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ୩୧ ହଜାର ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ୩୦ କୋଟି ଟଙ୍କା ଅନ୍‌ଲାଇନ୍‌ ଟ୍ରାନ୍‌ସଫର କରିଥିଲେ। ଏହାଛଡ଼ା ସ୍ବୟଂ ସହାୟକ ଗୋଷ୍ଠୀ ଗଠନରେ ସହ‌ଯୋଗ କରିଥିବା ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଗୋଷ୍ଠୀ ପିଛା ୫୦୦ ଓ ୨୦୦ ଟଙ୍କା ଲେଖା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ମିସନ୍‌ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍‌ ଯୋଜନା ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ୧୮ ବର୍ଷ ତଳେ ମୁଠି ଚାଉଳରୁ ଆରମ୍ଭ କରିଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକ ଏବେ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇ ପାରିଛନ୍ତି ବୋଲି ଶ୍ରୀମତୀ କାର୍ତ୍ତିକେୟନ୍‌ କହିଥିଲେ।

ତାଳବଣିଆସ୍ଥିତ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଷଣ େଦଇଥିବା ତିନି ଜଣ ହେଲେ ମହିଳା ବିକାଶ ସମବାୟ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପୁରୀର ଅରୁଣିମା ନନ୍ଦ ଓ ଗୋପର ମୀନାକ୍ଷି ପୃଷ୍ଟି। ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ଓ ଜିଲ୍ଲାର ୧୨ଟି ମହାସଂଘର ୧୨ ଜଣ ମହିଳା କର୍ମକର୍ତ୍ତା ଉପସ୍ଥିତ ଥି‌ଲେ।

ମଞ୍ଚ ଉପରେ କୌଣସି ମନ୍ତ୍ରୀ, ବିଧାୟକଙ୍କୁ ବସିବାର ସୁଯୋଗ ମିଳିନଥିଲା। ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ନିମାପଡ଼ା ବିଧାୟକ ସମୀର ଦାଶ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା, ପୁରୀ ସାଂସଦ ପିନାକୀ ମିଶ୍ର, ଜଗତସିଂହପୁର ସାଂସଦ ଡାକ୍ତର କୁଳମଣି ସାମଲ ପ୍ରମୁଖ ମଞ୍ଚ ତଳେ ବସିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଓଡ଼ିଶା ଓ ମୁମ୍ବାଇର ଟେଲି କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବ୍ରହ୍ମପୁରର ପ୍ରିନ୍‌ସ ଡ୍ୟାନସ ଗ୍ରୁପ୍‌ ତରଫରୁ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ ହୋଇଥିଲା।

By amfnews

Related Post