Sun. Jan 26th, 2025

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଉପସ୍ଥାପନ ହେଲା ଭିଜନ ୨୦୨୨

By amfnews Sep 9, 2018 #Featured
Prime Minister Narendra Modi and BJP senior leader LK Advani during BJP National Executive Meeting, in New Delhi, Saturday, Sept 8, 2018. Express Photo By Amit Mehra
209 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୯  :

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଆଜି ଦ୍ୱିତୀୟ ଦିନ । ଆଜି ବୈଠକରେ ଆର୍ଥିକ ଏବଂ ରାଜନୈତିକ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ସମାପନ କରିବା ପାଇଁ ସମ୍ବୋଧନ କରିବେ । ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ ବ୍ୟତୀତ ୨୦୧୯ ନିର୍ବାଚନରେ ଚର୍ଚ୍ଚା ହେବ । ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ରାଜନୈତିକ ପ୍ରସ୍ତାବ ଉପସ୍ଥାପନ କରିବେ । ଏହାର ନାମ ଭିଜନ ୨୦୨୨ ଦିଆଯାଇଛି ।

ସୂଚନାନୁଯାୟୀ, କାଲି ବିଜେପିର ଦୁଇ ଦିବସୀୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଆରମ୍ଭ ହୋଇଥିଲା । ପ୍ରଥମ ଦିନ ଅମିତ ଶାହା ବେଠକରେ ସମ୍ବୋଧନ କରିଥିଲେ । ଏଥିରେ ସେ ଆଗାମୀ ନିର୍ବାଚନ ଜିତିବାର ଫର୍ମୁଲା କହିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ, ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହ ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସମେତ ବିଜେପିର ଅନ୍ୟାନ୍ୟ ଆଗଧାଡିର ନେତା ସାମିଲ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ପରେ ପ୍ରଥମ ଥର ପାଇଁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ସୂଚନା ଦେବା ପାଇଁ ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

କାଲି ଏକ ପ୍ରେସ କନଫରେନ୍ସରେ ସେ ବିଜେପି ଦ୍ୱାରା ଆଲୋଚିତ ହୋଇଥିବା ବିଷୟବସ୍ତୁ ଉପରେ ସୂଚନା ଦେଇଥିଲେ । ସେ କହିଛନ୍ତି କି, ଅମିତ ଶାହା ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇବା ସହ କେରଳ ବନ୍ୟା ପୀଡିତ ଏବଂ ଏନଆରସି ସମେତ କେତେକ ମାମଲାରେ ନିଜ ଅଭିଭାଷଣ ରଖିଛନ୍ତି । ଅମିତ ଶାହା କହିଛନ୍ତି କି, ୧୯ଟି ରାଜ୍ୟରେ ବିଜେପି ସରକାର ରହିଛି । ଯେଉଁଠାରେ ଅତି ସହଜରେ ସେମାନେ ନିର୍ବାଚନ ଜିତି ପାରିବେ । ଏତଦ୍ ବ୍ୟତୀତ ପଶ୍ଚିମ ବଙ୍ଗ, ଓଡିଶା ଏବଂ ତେଲେଙ୍ଗାନା ଭଳି ରାଜ୍ୟରେ ସେମାନେ ଦ୍ୱିତୀୟ ନମ୍ବରରେ ଅଛନ୍ତି । ଏହା ସହ ସେମାନେ ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ।

ଅମିତ ଶାହା କହିଛନ୍ତି କି, ୨୦୧୯ ଲୋକସଭା ନିର୍ବାଚନ ମୋଦୀ ସରକାରଙ୍କ ଉପଲବ୍ଧିରେ ଲଢାଯିବ । ଏମିତି ଏନଆରସି ଲାଘୁ କରାଯିବ ଯେପରି ଅନୁପ୍ରବେଶକାରୀମାନେ ପ୍ରବେଶ କରିବେ ନାହିଁ । ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆୟୋଜିତ ହୋଇଥିବା ଏହି ବୈଠକରେ ଅମିତ ଶାହା କହିଛନ୍ତି କି, ଅଟଳ ବିହାରୀ ବାଜପେୟୀଙ୍କ ନିଧନ ପରେ ଭାରତୀୟ ରାଜନୀତିରେ ଯେଉଁ ରିକ୍ତତା ସୃଷ୍ଟି ହୋଇଛି ତାହାକୁ ଭରିବା ସମ୍ଭବ ନୁହେଁ ।

By amfnews

Related Post