Mon. Nov 25th, 2024

ବିଜେଡିରେ ବିପି ଝଡ, ଦଳ ହେଲାଣୀ ଦୁଇଭାଗ, ଦଳ ଉପରୁ ନିୟନ୍ତ୍ରଣ ହରାଇଲେଣୀ ମୁଖିଆ,ବିଜେଡିରେ କମ୍ପନ

By amfnews Nov 6, 2018 #Featured
836 Views

ଭୁବନେଶ୍ୱର, :ବିଜେଡି ଉପରେ ଦଳର ମୁଖିଆଙ୍କ ନିୟନ୍ତ୍ରଣ ଦିନକୁ ଦିନ କମିବାରେ ଲାଗିଲାଣୀ  । ହାଇକମାଣ୍ଡଙ୍କୁ ଛାଡିଦେଲେ ଦଳ ଭିତରେ ଏବେ ଦ୍ୱିତୀୟ , ତୃତୀୟ କ୍ଷମତା କେନ୍ଦ୍ର ସୃଷ୍ଟି ହେଲାଣୀ  । କାହାକୁ ନେତା ଭାବେ ଏହାକୁ ନେଇ ଦଳର ଅଧିକାଂଶ ନେତା ସନ୍ଧିହାନୀ ହୋଇପଡିଲେଣୀ  । ଏପରି ସ୍ଥିତିରେ ବିଜେଡିରେ ଏବେ ବିପିକୁ ନେଇ ନେତାଙ୍କ ଅବସ୍ଥା ହାଲତାପଟା ହେଲାଣୀ  । ସେମାନଙ୍କ ଚାପରେ ଏବେ ବରିଷ୍ଠ ନେତାମାନେ ଚାପିହୋଇଗଲେଣୀ  । ଦଳ ଭିତରେ ଅଧିକାଂଶ ନେତା ଅଣନିଶ୍ୱାସୀ ହୋଇପଡି ଏବେ ଦଳ ଛାଡିବା ପାଇଁ ସଜବାଜ ହେଲେଣୀ  । ଏପରି ଚର୍ଚ୍ଚା ବିଜେଡିରେ ଆଲୋଚନା ପରେ ଦଳରେ ଏକପ୍ରକାର କମ୍ପନ ଦେଖାଇଛି  ।

ବିଜେଡିର ବିପି  । ଜଣେ ବି ହେଲେ ଯାଜପୁର ବିଧାୟକ ବବି ଦାସ ଓରଫ ପ୍ରଣବ ପ୍ରକାଶ ଦାସ  ଏବଂ ପି ହେଲେ ରାଜ୍ୟସଭା ସାଂସଦ ପ୍ରତାପ ଦେବ  । ଏହି ଦୁଇଜଣଙ୍କୁ ନେଇ ଅଧିକାଂଶ ନେତା ଖପ୍ପା  । ଏପରିକି ତୁଣ୍ଡ ଖୋଲିଲେ ମୁଣ୍ଡ କଟିଯିବା ଭୟରେ ଏନେଇ ସମସ୍ତେ ଚୁପ୍ ରହିଛନ୍ତି  । ଉଭୟ ନେତା ବବି ଦାସ ଓ ପ୍ରତାପ ଦେବାଙ୍କର ତୃତୀୟ ମହଲାରେ ବେଶ ଦବଦବା ରହିଛି  । ଜଣେ ଆଇଏଏସ ଅଫିସରଙ୍କ ଏକାଡେମୀର ଛାତ୍ର ହୋଇଥିବା ବେଳେ ଆଉ ଜଣେ ଆଇପିଏସ ଅଫିସରଙ୍କ ଏକାଡେମୀର ଛାତ୍ର  ।

ମୁଖିଆଙ୍କ ସହ ଏମାନଙ୍କର ବେଶ ଭଲ ସମ୍ପର୍କ ଥିଲା  । ଜଣଙ୍କୁ ମୁଖପାତ୍ର, ପ୍ୟାନେଲିଷ୍ଟ ସହିତ ମିଡିଆ ଯୋଗାଯୋଗର ଦାୟିତ୍ୱ ମିଳିଥିବା ବେଳେ ଆଉ ଜଣେ ନେତାଙ୍କୁ ସଙ୍ଗଠନ ସଜାଡିବାର ଦାୟିତ୍ୱ ଦିଆାଇଥିଲା  । ଏହି ପାୱାର ପାଇବା ପରେ ଦଳରେ ସେମାନେ ନିଜର କାର୍ତ୍ତି ବଢାଇବା ପାଇଁ ଏବେ ପ୍ରୟାସ ଆରମ୍ଭ କରିଛନ୍ତି  । ଉଭୟ  ଶକ୍ତି ପ୍ରଦର୍ଶନରେ ଏବେ ବିଜେଡି ଏକପ୍ରକାର ଦୁଇଫାଳ ହେବାକୁ ବସିଛି  । ଦଳରେ ନେତାଙ୍କ ଅପେକ୍ଷା ଅଫିସର ମାନଙ୍କର ଦବଦବା ବଢିବାଲେ ଲାଗିଛି  । ବିଜେଡିରେ ଏହି ବି ଓ ପି ନାମଧାରୀ ନେତା ଏବେ ବିଜେଡି ପାଇଁ ଅଡୁଆ ସାଜିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ହେଉଛି  । ଏହି ନେତାମାନଙ୍କ ଚାପରେ ଚାପି ହୋଇ ବହୁ ନେତା ଏବେ ଦଳ ଡେଇଁବା ପାଇଁ ତୟାର ହୋଇଥିବା କଥା ଦଳର ନେତାଙ୍କ ମହଲରେ ଆଲୋଚନା ହେଉଛି  ।

By amfnews

Related Post