Sun. Mar 8th, 2026

ବାଲେଶ୍ବରରେ ପୁଣି ଅପରାଧୀଙ୍କ ଆତଙ୍କରାଜ : ଭୁଜାଲିରେ ହାଣିଲେ, ଗୁଳି ଫୁଟାଇଲେ, ୨ ଯୁବକ ଗୁରୁତର

146 Views

ବାଲେଶ୍ୱର : ସ୍ପଷ୍ଟ ଦିବାଲୋକରେ ବାଲେଶ୍ବର ସହରରେ ପୁଣି ଆତଙ୍କରାଜ ସୃଷ୍ଟି କରିଛନ୍ତି କିଛି ସଶସ୍ତ୍ର ଦୁର୍ବୃତ୍ତ। ଆଜି ସକାଳେ ସହରର ଜନଗହଳିପୂର୍ଣ୍ଣ ଆନନ୍ଦବଜାରରେ ‌‌ଭୁଜାଲିରେ ଦୁଇ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ସେମାନଙ୍କ ମଧ୍ୟରୁ ଜଣକୁ କିଛି ଦୂରରେ ଥିବା ଏକ ପରିତ୍ୟକ୍ତ ଗୋଦାମଗୃହ ନିକଟକୁ ଟେକି ନେଇ ତାଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ଦୁଇ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ଦ୍ବୟ ସ୍ଥାନୀୟ ଫିରିଙ୍ଗିପାଟଣା ଓ ‌େତଲେଙ୍ଗାସାହି ଅଞ୍ଚଳର ବୋଲି ଜଣାପଡ଼ିଛି।

ଦିନ ଦିପହରରେ ଘଟିଥିବା ଏଭଳି ଏକ ପ୍ରାଣାନ୍ତକ ଆକ୍ରମଣ ଘଟଣା ସାରା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଏ ସମ୍ପର୍କରେ ଖବର ପାଇ ସହଦେବଖୁଣ୍ଟା ମଡେଲ ଥାନାର ଏକ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ‌େହଁ ଏଯାଏ ଅପରାଧୀମାନେ ଧରା ପଡ଼ି ନ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ତେଲେଙ୍ଗାସାହିର ଏନ୍‌. ରୋହିତ ରାଓ(୧୮) ଓ ଫିରିଙ୍ଗିପାଟଣା ଅଞ୍ଚଳର ନିତ୍ୟାନନ୍ଦ ସାହୁ ଓରଫ୍‌ ଚେପୁ(୨୬) ଆନନ୍ଦବଜାର ଦେଇ ଲୋକନାଥ ମାର୍କେଟ କ‌େମ୍ପକ୍ସ ଆଡ଼କୁ ଯାଉଥିଲେ। ହଠାତ୍ ଦୁଇଟି ବାଇକ୍‌ରେ କିଛି ଦୁର୍ବୃତ୍ତ ହାତରେ ତେଲେଙ୍ଗା କଟୁରି, ଭୁଜାଲି ଓ ପିସ୍ତଲ ଧରି ଆସି ସେଠାରେ ପହଞ୍ଚିଥିଲେ। ଆଉ ଅତର୍କିତ ଭାବେ ପ୍ରଥମେ ଚେପୁର ମୁଣ୍ଡକୁ ଜଣେ ଏକ ଭୁଜାଲିରେ ଆକ୍ରମଣ କରିବା ପରେ ରୋହିତ୍‌କୁ କିଛି ଦୂରରେ ଥିବା ଏକ ପରିତ୍ୟକ୍ତ ଗୋଦାମଗୃହ ନିକଟକୁ ଟେକି ନେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଭୁଜାଲି, ତେଲେଙ୍ଗାକଟୁରିରେ ରୋହିତର ହାତ ଓ ମୁଣ୍ଡକୁ ହାଣିବା ସହ ଜଣେ ଦୁର୍ବୃତ୍ତ ତାଙ୍କ ବାମପଟ ଆଣ୍ଠକୁ ଗୁଳି ମାରିଥିଲା। ସେହିପରି ଆଉ ଜଣେ ଉପରକୁ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଫେରାର ହୋଇଯାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ କେହି ଅଭିଯୋଗ କରିନଥିବା ଆଇଆଇସି ଶୁଭ୍ରାଂଶୁ ‌େଶଖର ନାୟକ ଜଣାଇଛନ୍ତି।

By amfnews

Related Post