Tue. Nov 26th, 2024

ବାଥରୁମ୍‌ରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ

By amfnews Nov 24, 2018 #Featured
87 Views

ରାଉରକେଲା, ୨୪/୧୧ : ଆଜି ସକାଳ ସାଢ଼େ ୬ଟା ବେଳେ ରାଉରକେଲା ବାସନ୍ତୀନଗରରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ବାଥରୁମ୍‌ରୁ ପୁଲିସ ଜବତ କରିଛି। ମହିଳାଙ୍କ ପୁଅବୋହୂ ତୀର୍ଥ ପାଇଁ ବାହାରକୁ ଯାଇଥିିବା ବେଳେ ଆଜି ସକାଳେ ମହିଳାଜଣକ ବାଥରୁମ୍‌ରେ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି । ଘରେ କେବଳ ମହିଳାଙ୍କ ଦୁଇ ନାତୁଣୀ ଥିଲେ। ତେବେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ମହିଳାଙ୍କର ମୃତ୍ୟୁ ଘଟିଥିବା ଦୁଇ ଭଉଣୀ କହୁଥିବା ବେଳେ ମୃତଦେହ ନିକଟରେ ପଡ଼ିଥିବା ଏକ କିରୋସିନି ବୋତଲ ଘଟଣାକୁ ରହସ୍ୟମୟ କରି ତୋଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ,ରାଉରକେଲା ବାସନ୍ତୀ କଲୋନିର ଏଫଏଲ/ ୧୬୭ କଲୋନିରେ ରୁହନ୍ତି ସରସ୍ୱତୀ ମହାରଣା(୬୨ ବର୍ଷ) । ତେବେ ତାଙ୍କ ପୁଅବୋହୂ ବାହାରକୁ ଯାଇଥିିବା ବେଳେ ଘରେ ସରସ୍ୱତୀଙ୍କ ସହିତ ତାଙ୍କ ଦୁଇ ନାତୁଣୀ ଶିବାନୀ ୨୨ ବର୍ଷ) ଓ ଭବାନୀ(୨୧ ବର୍ଷ) ଥିଲେ। ତେବେ ଆଜି ସକାଳୁ ସରସ୍ୱତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ବାଥରୁମ୍‌ରୁ ଠାବ କରାଯାଇଛିି।

ଉଭୟ ଶିବାନୀ ଓ ଭବାନୀ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ସରସ୍ୱତୀଙ୍କର ମୃତ୍ୟୁ ଘଟିଥିବା କହୁଥିବା ବେଳେ ମହିଳାଙ୍କ ମୃତଦେହ ନିକଟରୁ ପୁଲିସ ଏକ କିରୋସିନି ଡବା ଜବତ କରିଛି। ତେଣୁ କିରୋସିନି ଢ଼ାଳି ସେଥିରେ ନିଆଁ ଲାଗିବା ଦ୍ୱାରା ସରସ୍ୱତୀଙ୍କର ମୃତ୍ୟୁ ଘଟିଥିବା ପୁଲିସ ଆଶଙ୍କା କରୁଛି। ତେବେ ସରସ୍ୱତୀ ନିଜେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ ହତ୍ୟା କରାଯାଇଛି ତାହା ତଦନ୍ତ ପରେ ସ୍ପଷ୍ଟହେବ ବୋଲି ପୁଲିସ କହିଛ

By amfnews

Related Post