Sat. Mar 7th, 2026

ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ସଂକ୍ରମଣ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏମ୍ସରେ ରହିବେ

334 Views

ନୂଆଦିଲ୍ଲୀ, ଜୁନ ୧୨: ନୂଆଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିକିତ୍ସା ଜାରି ରହିଛି। ତେବେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଏମ୍ସ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରୁ ଜଣାପଡିଛି।

ବିଜ୍ଞପ୍ତି ଅନୁଯାୟୀ, ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଚିକିତ୍ସା ପ୍ରକ୍ରିୟାକୁ ତାଙ୍କ ଶରୀର ଗ୍ରହଣ କରୁଛି। ଇଞ୍ଜେକ୍ସନ ଜରିଆରେ ବାଜପେୟୀଙ୍କୁ ଆଣ୍ଟିବାୟଟିକ୍ସ ଦିଆଯାଇଛି। ସଂକ୍ରମଣ ନିୟନ୍ତ୍ରଣ ନହେବା ପର୍ଯ୍ୟନ୍ତ ସେ ହସ୍ପିଟାଲରେ ରହିବେ ।

ବାଜପେୟୀ ମୂତ୍ରାଶୟ ସଂକ୍ରମଣରେ ଆକ୍ରାନ୍ତ ହୋଇ ଗତକାଲି ଠାରୁ ଏମ୍ସରେ ଭର୍ତି ହୋଇଥିଲେ । ଡାକ୍ତର  ରଣଦୀପ ବୁଲେରିଆଙ୍କ ନେତୃତ୍ୱରେ ଏକ ଟିମ ବାଜପେୟୀଙ୍କ ଚିକିତ୍ସା କରୁଛନ୍ତି ।  ସେ ରୁଟିନ ଚେକଅପ ପାଇଁ ଆସିଥିବାବେଳେ ଡାକ୍ତରଙ୍କ ପରାମର୍ଶ କ୍ରମ ତାଙ୍କୁ ଏମ୍ସରେ ରଖାଯାଛି।

ଗତକାଲି ବାଜପେୟୀଙ୍କୁ ସାକ୍ଷାତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବରିଷ୍ଠ ବିଜେପି ନେତା ଏମ୍ସ ଯାଇଥିବା ସୂଚନା ମିଳିଛି । ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଏମ୍ସ ଯାଇ ବାଜପେୟୀଙ୍କୁ ସାକ୍ଷାତ କରିଥିଲେ। ଭାରତୀୟ କଂଗ୍ରେସ ପକ୍ଷରୁ ଟ୍ୱିଟର ଜରିଆରେ ମଧ୍ୟ ଅଟଳଙ୍କ ସ୍ୱାସ୍ଥ୍ୟବସ୍ଥାରେ ଶୀଘ୍ର ସ୍ୱାଭାବିକ ପରିଲିକ୍ଷିତ ହେଉ ବୋଲି କୁହାଯାଇଛି।

By amfnews

Related Post