Sun. Mar 8th, 2026

ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାରଙ୍କ ପରଲୋକ

267 Views

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ, ଲେଖକ କୁଲଦୀପ ନାୟାରଙ୍କର ଗତକାଲି ରାତିରେ ପରଲୋକ ଘଟିଛି। ନୂଆଦିଲ୍ଲୀଠାରେଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଶ୍ରୀ ନାୟାରଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।
ପଞ୍ଜାବର ସିଆଲକୋଟ୍‌ ଠାରେ ୧୯୨୩ ମସିହା ଅଗଷ୍ଟ ୧୪ ତାରିଖରେ ଜନ୍ମିତ କୁଲଦୀପ ନାୟାର  ଉର୍ଦ୍ଦୁ ଗଣମାଧ୍ୟମରେ ଜଣେ ରିପୋର୍ଟର ଭାବେ ନିଜ କ୍ୟାରିୟର ଆରମ୍ଭ କରି ଇଂରାଜୀ ଦୈନିକ ‘ଦ ଷ୍ଟେଟ୍ସମ୍ୟାନ’ର ସମ୍ପାଦକ ଭାବେ କାର୍ଯ୍ୟ କରିଥଲେ। କେବଳ ସେତିକି ନୁହେଁ, ପରିଣତ ବୟସରେ ମଧ୍ୟ ସେ ଅନ୍ତତଃ ୧୪ଟି ଭାଷାର ୮୦ ଟି ସମ୍ବାଦପତ୍ରରେ ଜଣେ ଫ୍ରିଲାନ୍ସ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ।


ଇନ୍ଦିରାଗାନ୍ଧୀ ଦେଶରେ ଜାତୀୟ ଜରୁରି ପରିସ୍ଥିତି ଜାରି କରିବା ସମୟରେ କୁଲଦୀପ ନାୟାର ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ। ୧୯୯୦ରେ ସେ ବ୍ରିଟେନ୍‌ରେ ଭାରତର ହାଇକମିସନର ଭାବେ କାର୍ଯ୍ୟ କରିବା ସହିତ ୧୯୯୭ ମସିହାରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୀବନୀ ସହିତ ଏକାଧିକ ବହି ଲେଖିଥିବା ଶ୍ରୀ ନାୟାର ଜଣେ ଉଚ୍ଚକୋଟୀର ସମ୍ବାଦିକ-ଲେଖକ ଭାବେ ସମଗ୍ର ଦେଶରେ ସୁପରିଚିତ ଥିଲେ।
ତେବେ ଗତ କିଛିଦିନ ହେବ ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି।

By amfnews

Related Post