160 Views
ଭୁବନେଶ୍ୱର, ଡିସେମ୍ବର ୨୭ (ଖବର ଓଡ଼ିଶା) : ଦେଶରେ ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ କଡାକଡି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲଣ୍ଣିଂ ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଥିଲା ।
ତେବେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ପୂର୍ବରୁ ଏହି ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ରଖାଯାଇଥିବା ବେଳେ ବର୍ତମାନ ଲଣ୍ଣଂର ଲାଇସେନ୍ସ ଧାରୀ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ସମୟସୀମାକୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଏନେଇ ରାଜ୍ୟ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।